Cricket

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ

ଆଇପିଏଲ ନ ସରିବା ପୂର୍ବରୁ ଡବ୍ଲ୍ୟୁଟିସ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଖେଳାଳି ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି ବିସିସିଆଇ । ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲ ମଇଦାନରେ ମ୍ୟାଚ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ । ଆଇପିଏଲ ଶେଷ ହେବା ପୂର୍ବରୁ ଟିମ୍ ଇଂଲଣ୍ଡ ଯିବ । ଖବର ମୁତବାକ, ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ୨୩ ମେ’ରେ ଇଂଲଣ୍ଡ ଯିବା ବେଳେ ଦ୍ୱିତୀୟ ବ୍ୟାଚ୍ ଦୁଇଟି ପ୍ଲେ ଅଫ୍ ମ୍ୟାଚ ଖେଳିବା ପରେ ଇଂଲଣ୍ଡ ଯିବ । ସେହିପରି ତୃତୀୟ ବ୍ୟାଚ୍ ୩୦ ମେ’ ରେ ଇଂଲଣ୍ଡ ଗସ୍ତ କରିବ । ପୂର୍ବରୁ କିଛି ଖେଳାଳିଙ୍କୁ ଇଂଲଣ୍ଡ ଯିବାକୁ କୁହାଯାଇଛି । ଆଇପିଏଲ୍ ପ୍ଲେ ଅଫରୁ ବାଦ୍ ପଡିଥିବା ଟିମ୍ର ଖେଳାଳି ପୂର୍ବରୁ ଇଂଲଣ୍ଡ ଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଭ୍ୟାସ ମ୍ୟାଚ ପାଇଁ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ କରିବାକୁ ହେବ ।

Related posts

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau

ଏହି ୨୩ ବର୍ଷୀୟ ବ୍ୟାଟସମ୍ୟାନ୍ ଟି-୨୦ କ୍ରିକେଟରେ କେବେ ୦ ରେ ଆଉଟ୍ ହୋଇନଥିଲେ, ୨୦୦୦ ରନ କରି ବିଶ୍ୱ ରେକର୍ଡ କରିଥିଲେ, IPLରେ ଆତଙ୍କ ସୃଷ୍ଟି କରିଥିଲେ

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ