Cricket

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ

ଆଇପିଏଲ ନ ସରିବା ପୂର୍ବରୁ ଡବ୍ଲ୍ୟୁଟିସ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଖେଳାଳି ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି ବିସିସିଆଇ । ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲ ମଇଦାନରେ ମ୍ୟାଚ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ । ଆଇପିଏଲ ଶେଷ ହେବା ପୂର୍ବରୁ ଟିମ୍ ଇଂଲଣ୍ଡ ଯିବ । ଖବର ମୁତବାକ, ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ୨୩ ମେ’ରେ ଇଂଲଣ୍ଡ ଯିବା ବେଳେ ଦ୍ୱିତୀୟ ବ୍ୟାଚ୍ ଦୁଇଟି ପ୍ଲେ ଅଫ୍ ମ୍ୟାଚ ଖେଳିବା ପରେ ଇଂଲଣ୍ଡ ଯିବ । ସେହିପରି ତୃତୀୟ ବ୍ୟାଚ୍ ୩୦ ମେ’ ରେ ଇଂଲଣ୍ଡ ଗସ୍ତ କରିବ । ପୂର୍ବରୁ କିଛି ଖେଳାଳିଙ୍କୁ ଇଂଲଣ୍ଡ ଯିବାକୁ କୁହାଯାଇଛି । ଆଇପିଏଲ୍ ପ୍ଲେ ଅଫରୁ ବାଦ୍ ପଡିଥିବା ଟିମ୍ର ଖେଳାଳି ପୂର୍ବରୁ ଇଂଲଣ୍ଡ ଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଭ୍ୟାସ ମ୍ୟାଚ ପାଇଁ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ କରିବାକୁ ହେବ ।

Related posts

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

Odisha Sports Bureau

କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

Odisha Sports Bureau

ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା; ବ୍ୟକ୍ତିଗତ କାରଣରୁ ମଇଦାନ ଛାଡିଲେ ମିଚେଲ ମାର୍ଶ

Odisha Sports Bureau