More Sports

କରୋନା ସଂକ୍ରମଣ ପାଇଁ ଏସିଆନ ଗେମ୍ସ ଅନିଶ୍ଚିତ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସ ଅନିଶ୍ଚିତ କାଳ ପାଇଁ ସ୍ଥଗିତ। ଏନେଇ ଶୁକ୍ରବାର ଦିନ ଚୀନ ଗଣମାଧ୍ୟମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏସିଆ ଅଲିମ୍ପିକ୍ସ କାଉଁସିଲ ପକ୍ଷରୁ କୁହାଯାଇଛି କି, ଚୀନର ହଙ୍ଗଝୁଓ ଠାରେ ସେପ୍ଟେମ୍ବର ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ତମ ଏସିଆନ ଗେମ୍ସକୁ ସ୍ଥଗିତ ରଖାଯାଇଛି । ହେଲେ କାହିଁକି ସ୍ଥଗିତ ରଖାଯାଇଛି ସେ ନେଇ କାଉଁସିଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ମାତ୍ର ଚୀନରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ଚୀନ ସିନଜିୟାଙ୍ଗ ପ୍ରାନ୍ତର ହାଙ୍ଗଜୋ ସମେତ ୫ଟି ସହରରେ ଏସିୟାନ ଗେମ୍ସ ଅନୁଷ୍ଠିତ ହୋଇଥାନ୍ତା। ତେବେ ଚୀନରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା କାରଣରୁ ଏପର୍ଯ୍ୟନ୍ତ ୨୬ଟି ସହର ଲକଡାଉନରେ ଥିବା ସମୟରେ କିଛି ବଡ଼ ଧରଣର ଆୟୋଜନକୁ ରଦ୍ଧ କରାଯାଇଛି । ଝିଜିୟାନ, ଜିଲିନ, ସଂଘାଇ ଓ ବେଜିଂ ସମେତ ୮ଟି ପ୍ରାନ୍ତରେ ଗତ ୨ ମାସ ହେଲା ସ୍କୁଲ ସବୁ ବନ୍ଦ ହୋଇଯାଇଛି। ଏଠାରେ ଓମିକ୍ରନ ଭାଇରସ ଯୋଗୁ ସଂକ୍ରମଣ ହ୍ରାସ ହେଉ ନାହିଁ। ପ୍ରାୟ ୧୧ ବର୍ଷ ପରେ ଏଥର ଏସିୟାନ ଗେମ୍ସରେ ୨୦ଟି ଟିମ୍ ସାମିଲ ହେବାର ଥିଲା। ଅନ୍ୟପକ୍ଷେ, ଚୀନର ପୂର୍ବାଞ୍ଚଳରେ ଥିବା ୧.୨ କୋଟି ଜନସଂଖ୍ୟା ବିଶିଷ୍ଠ ହାଙ୍ଗଝୁଓ ସହରରେ ୫୬ ଟି ପ୍ରତିଯୋଗିତା ସ୍ଥଳ ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇ ସାରିଛି ।

Related posts

ସାଉଦି ଆରବ ମେସିଙ୍କ ହରାଇଲା ଆର୍ଜେଣ୍ଟିନାକୁ

Odisha Sports Bureau

୬୯ତମ ଜାତୀୟ ବରିଷ୍ଠ ବାସ୍କେଟ୍ ବଲ ଚାମ୍ପିୟନ୍ସିପ, ଗଞାମର ୨ ଖେଳାଳି ମନୋନୀତ

Odisha Sports Bureau

ପିଏସଏଲର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ

Odisha Sports Bureau