Cricket

ଚାମ୍ପିୟନକୁ ଦିଆଯିବ ୪୦ କୋଟି !

ରିପୋଟର୍ସ ଟୁଡେ ବ୍ୟୁରୋ;- ଚାମ୍ପିୟନକୁ ଦିଆଯିବ ୪୦ କୋଟି !ମହିଳା କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବା ଓ ପୁରୁଷ କ୍ରିକେଟରଙ୍କ ସମକକ୍ଷ କରିବା ଲକ୍ଷ୍ୟରେ ଆଇସିସି ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ତେବେ ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପ୍ରାଇଜ୍ ମନି ବୃଦ୍ଧି କରାଯାଇଛି । ଏବେ ଚାମ୍ପିୟନ ଟିମ୍ କୁ ପାଖାପାଖି ୪୦ କୋଟି ଟଙ୍କା ଦିଆଯିବ । ସେପ୍ଟେମ୍ବର ୩୦ ଠାରୁ ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ବିଜେତା ଟିମକୁ ପାଖାପାଖି ୩୯.୫୫ କୋଟି ଟଙ୍କା ଦିଆଯିବ । ବିଶ୍ୱକପରେ ମୋଟ ଟିମ୍ ଅଂଶଗ୍ରହଣ କରିବେ । ଏହାସହିତ ୧୨୨.୫ କୋଟି ଟଙ୍କା ଘୋଷିତ କରାଯାଇଛି । ସେପଟେ ଆଇସିସି ପକ୍ଷରୁ କୁହାଯାଇଛି ମହିଳା କ୍ରିକେଟ ପାଇଁ ଏକ ନୂଆ ମାନଦଣ୍ଡ ।ଉପବିଜେତା ଟିମ୍ କୁ ପାଖାପାଖି ୧୯.୭୭ କୋଟି, ସେମିଫାଇନାଲରେ ପରାଜିତ ଟିମକୁ ପାଖାପାଖି ୯.୮୯ କୋଟି ଟଙ୍କା ,ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ପାଖାପାଖି ୩୦.୨୯ ଲକ୍ଷ ଟଙ୍କା ମିଳିବ । ୫ମ ଓ ୬ଷ୍ଠ ସ୍ଥାନରେ ରହୁଥିବା ଟିମକୁ ମିଳିବ ୬୨ ଲକ୍ଷ ଟଙ୍କା । ସେହିପରି ସପ୍ତମ ଓ ଅଷ୍ଟମ ସ୍ଥାନର ଟିମକୁ ପାଖାପାଖି ୨୪.୭୧ ଟଙ୍କା ମିଳିବ । ଗତଥର ମହିଳା ଦିନିକିଆ ବିଶ୍ୱକପ୍ ଚାମ୍ପିୟନ ଟିମକୁ ପାଖାପାଖି ୩୧ କୋଟି ମିଳିଥିଲା । ଏଥର ଉକ୍ତ ରାଶିରେ ପାଖାପାଖି ୨୯୭ ପ୍ରତିଶତ ବୃଦ୍ଧି କରାଯାଇଛି ।

Related posts

ଉଜ୍ଜ୍ୱଳ ହେବାକୁ ଯାଉଛି ସଞ୍ଜୁଙ୍କ ଭାଗ୍ୟ; ଟି -୨୦ ବିଶ୍ୱକପ ପରେ ମଧ୍ୟ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ରହିବ!

କମାଲ କଲେ ରିଙ୍କୁ ସିଂ : ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ

Odisha Sports Bureau

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

Odisha Sports Bureau