Cricket

ଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସ

ଦିଲ୍ଲୀ: ଶାହରୁଖ ଦୀପିକା ଅଭିନୀତ ଚେନ୍ନାଇ ଏକ୍ସପ୍ରେସ କଥା ଆମେ କହୁନୁ। ବରଂ ଆଇପିଏଲର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ କଥା କହୁଛୁ। ପ୍ରଥମ ୫ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ ହାସଲ କରି ଆଜି ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା CSK। ଆଜି ମଧ୍ୟ ଚେନ୍ନାଇ ବାଜି ମାରି ନେଇଛି। ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦଳ ୭ ୱିକେଟରେ ମାତ୍ ଦେଇଛି ଧୋନି ବାହିନୀ। ଏହି ମ୍ୟାଚ ଜିତିବା ପରେ ଚେନ୍ନାଇ ପାଇଁ ପ୍ଲେ ଅଫ ଆଉ ମାତ୍ର ୩ଟି ପାଦ ପଛରେ ରହିଛି। ଆଜି ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସବୁଠୁ ବଡ଼ ସୁପରଷ୍ଟାର ଥିଲେ ଓପନର ଋତୁରାଜ ଗାଏକ୍ଵାଡ। ମାତ୍ର ୪୪ ବଲରେ ୧୨ଟି ଚୌକା ସହ ଧୁଆଁଧାର ୭୫ ରନ ସଂଗ୍ରହ କରିଥିଲେ ଋତୁରାଜ। ତାଙ୍କ ସହ ସଂଖ୍ୟା ଖେଳାଳୀ ଫାଫ ଡୁ ପ୍ଲେସି ମଧ୍ୟ ଏକ ଜବରଦସ୍ତ କ୍ଷମତା ହାସଲ କରିଥିଲେ। ତେବେ ସେମାନେ ଖେଳ ଶେଷ କରିବା ପୂର୍ବରୁ ରାଶିଦ ଖାନଙ୍କ ଶିକାର ହୋଇ ଫେରି ଯାଇଥିଲେ ପାଭିଲିୟନକୁ । ଏହା ପରେ ମିଷ୍ଟର ଆଇପିଏଲ ସୁରେଶ ରୈନା ଏବଂ ସାର ଜାଡେଜା ଖେଳ ଶେଷ କରିଥିଲେ। ତେବେ ମୋଇନ ଅଲୀ ଆଜି କିଛି ଖାସ୍ କରି ପାରିନାହାଁନ୍ତି। ବୋଲିଂରେ କାର୍ତ୍ତିକ ରନ ବ୍ୟୟ କରିବା ସହିତ ବ୍ୟାଟିଙ୍ଗରେ ବଡ଼ ରନ କରିବାକୁ ଅସମର୍ଥ ହୋଇଥିଲେ ମୋଇନ। ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇକୁ ଦେଇଥିଲା ୧୭୨ ରନନ ଲକ୍ଷ । ଯାହା ଚେନ୍ନାଇର ବ୍ୟାଟିଙ୍ଗ ଲାଇନ ଅପ ଆଗରେ ସହଜସାଧ୍ୟ ମନେ ହେଉଥିଲା। ଚେନ୍ନାଇର ଅଧିକାଂଶ ଖେଳାଳୀ ଫର୍ମରେ ଥିବାରୁ ଏହି ମ୍ୟାଚକୁ ଖୁବ ସହଜରେ ହାସଲ କରି ପାରିଛି। ୯ ବଲ ବାକି ଥାଇ ଚେନ୍ନାଇ ଏହା ବିଜୟ ଲକ୍ଷକୁ ହାସିଲ କରି ନେଇଛି। ତେବେ ଦଳ ହରାଇଥିବା ୩ ଜଣ ବ୍ୟାଟ୍ସମ୍ୟାନ ହାଇଦ୍ରାବାଦର ରାଶିଦ ଖାନଙ୍କ ଶିକାର ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୬୧ ଏବଂ ଅଧିନାୟକ ଡାଭିଡ ୱାର୍ଣ୍ଣର ଅନେକ ହାସଲ କରିଥିଲେ। ତେଣୁ ଦଳ ୧୭୧ ସହିତ ଏକ ସମ୍ମାନଜନକ ସ୍କୋର ତିଆରି କରି ପାରିଥିଲା। ତେବେ ଚେନ୍ନାଇ ଠାରୁ ଏହା ହାର ପରେ ହାଇଦ୍ରାବାଦ ପୁଣି ଥରେ ପଏଣ୍ଟ ଟେବୁଲର ପଛୁଆ ରହି ଯାଇଛି। କିନ୍ତୁ ଏହି ଜିତ୍ ସହିତ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଉପରେ କବଜା କରି ନେଇଛି। ଗତ ବର୍ଷ ଦଳର ଖରାପ ପରିସ୍ଥିତିରୁ ବାହାରି ପୁଣିଥରେ ନିଜକୁ ପ୍ରମାଣିତ କରୁଛି ଚେନ୍ନାଇ ସୁପର କିଙ୍ଗସ୍। ପୁଣି ଥରେ ବିଜୟ ମୁକୁଟ ପିନ୍ଧି ଟ୍ରଫି ହାତେଇବ ବୋଲି ଚେନ୍ନାଇର ଅସଂଖ୍ୟ ଦର୍ଶକଙ୍କର ରହିଛି ବିଶ୍ଵାସ। ଆସନ୍ତା ୮ଟି ମ୍ୟାଚରୁ ସର୍ବନିମ୍ନ ୨ଟି ମ୍ୟାଚରେ ଜିତ୍ ମିଳିଲେ ଦଳ ପ୍ଲେଅଫକୁ ଉନ୍ନୀତ ହେଇପାରିବ। ଏମିତି କରିବାରେ ମାହି ହେଉଛନ୍ତି ଧୁରନ୍ଧର। ହାରିବା ମ୍ୟାଚ ଜିତାଇବା ଭଳି ଦକ୍ଷତା ତାଙ୍କ ନିକଟରେ ଭରପୁର ହୋଇ ରହିଛି। ଏଥିସହିତ ଚଳିତ ବର୍ଷ ପ୍ରାୟ ସମସ୍ତ ଖେଳାଳି ଭଲ ଫର୍ମ ଦେଇ ଗତି କରୁଛନ୍ତି। ୧୧ଟି ସିଜନ୍ ଖେଳିଥିବା ଏହି ଫ୍ରାଞ୍ଚାଇଜ ପ୍ରତ୍ୟେକ ଥର ପ୍ଲେଅଫରେ ପହଞ୍ଚିଛି ଏବଂ ୮ ଥର ଫାଇନାଲ ଖେଳି ସାରିଛି। ୨୦୧୦,୧୧ ଏବଂ ୨୦୧୮ ରେ ତିନି ଥର ଚମ୍ପିୟାନ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ବର୍ଷ ଚତୁର୍ଥ ଫାଇଲ ପାଇଁ ଲଢେଇ କରୁଛି ଧୋନି ବାହିନୀ।

Related posts

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନର ୧୦୨ ରନର ବିଜୟ, ସୁପର-୮ରେ ଶେଷ ଟିମ୍ ଭାବେ ପ୍ରବେଶ

Odisha Sports Bureau

ଭାରତ–ପାକିସ୍ତାନ ବିବାଦ: ICC ଟୁର୍ଣ୍ଣାମେଣ୍ଟ ହୋଷ୍ଟିଂରେ ପରିବର୍ତ୍ତନ ସମ୍ଭାବନା

Odisha Sports Bureau

କାହିଁକି ରିଙ୍କୁଙ୍କୁ ଚାପୁଡା ମାରିଲେ କୁଳଦୀପ୍?