Cricket

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ

ବର୍ମିଂହାମ: ପରାଜୟ ସହିତ କମନୱେଲଥ ଗେମ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ୩ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆର ଆସଲେ ଗାର୍ଡନରଙ୍କ ଅର୍ଦ୍ଧଶତକ ଆଗାରେ ଫେଲ ମାରିଛି ହରମନପ୍ରୀତଙ୍କ ଅର୍ଦ୍ଧଶତକ ।କେବଳ ସେତିକି ନୁହେଁ, ରେଣୁକା ସିଂଙ୍କ ୪ ୱିକେଟ ହଲ ମଧ୍ୟ ଭାରତକୁ ବିଜୟ ଦେବାରେ ଅସମର୍ଥ ହୋଇଛି ପଳରେ ଏହି ମ୍ୟାଚକୁ ୧ ଓଭର ବାକି ଥାଇ ୩ ୱିକେଯରେ ଜିତି ନେଇଛି ବିଶ୍ୱ ଚମ୍ପିଆନ ଅଷ୍ଟ୍ରେଲିଆ । ୧୫୫ ରନର ବିଜୟ ଲକ୍ଷ୍ୟ ସହ ପଡିଅ ।ରେ ପାଳି ଅ ।ରମ୍ଭ କରିଥିଲେ ଅଷ୍ଟ୍ରେଲିଆର ଆଲିସା ହେଲୀ ଏବଂ ବେଥ ମୁନୀ । ତେବେ ଇନିଂସର ଦ୍ୱିତୀୟ ବଲର କଙ୍ଗାରୁ ଦଳକୁ ପ୍ରଥମ ଝଟକା ଦେଇଥିଲେ ରେଣୁକାୟ ଏହାପରେ ପାଳି ସମ୍ଭାଳିବା ପାଇଁ ଚେଷ୍ଟା କରୁଥିଲା ଅଷ୍ଟ୍ରେଲିଆ । କିନ୍ତୁ ରେଣୁକା ଆଜି ମ୍ୟାଚରେ ନିଜର ବିଶ୍ୱରୂପ ଦେଖାଇଛନ୍ତି ।

ତୃତୀୟ ଓଭରର ପ୍ରଥମ ଏବଂ ପଞ୍ଚମ ବଲରେ ଦଳକୁ ଏକାତରେ ଦୁଇଟି ସଫଳତା ଭେଟି ଦେବା ସହ ପଞ୍ଚମ ଓଭରର ପ୍ରଥମ ବଲରେ ମଧ୍ୟ ତାହିଲା ମ୍ୟାକଗ୍ରାଥଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାସହ ଅଷ୍ଟ୍ରେଲିଆର ଟପ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ ରେଣୁକା । ୫ ଓଭର ଭିତରେ ୪ଟି ୱିକେଟ ହାସଲ କରିବା ପରେ ଭାରତ ଏହି ମ୍ୟାଚ ଜିତି ନେବ ବୋଲି ଅ।ଶା କରାଯାଉଥିଲା । କିନ୍ତୁ ଏଇଠୁ ଦଳକୁ ସମ୍ଭାଳି ନେଇଥିଲେ ଆସଲେ ଗାର୍ଡନର ଏବଂ ଗ୍ରେସ ହାରିସୟ ୩୫ ବଲରୁ ୯ଟି ଚୌକା ସହ ଏକ ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପାଳି ଖେଳିଛନ୍ତି ଗାର୍ଡନର । ଅନ୍ୟ ପକ୍ଷରେ ୨୦ ବଲରୁ ୩୭ ରନ କରି ଗାର୍ଡନରଙ୍କୁ ଖୁବ ସାଥ ଦେଉଥିଲେ ଗ୍ରେସ ହାରିସ ।

ଶେଷରେ ଦଳ ପାଇଁ ଅ।ଲାନା କିଙ୍ଗ ମଧ୍ୟ ଏକ ଛୋଟ କିନ୍ତୁ କାମିଓ ପାଳି ଖେଳିଛନ୍ତି । ୧୬ ବଲରୁ ୩ଟି ଚୌକା ସହ ୧୮ ରନ କରି ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଏହି ଖେଳାଳିମାନେ । ସେପଟେ ଭାରତ ପକ୍ଷରୁ ରେଣୁକା ସିଂ ଅଷ୍ଟ୍ରେଲିଆ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି । ୪ ଓଭରରେ ମାତ୍ର ୧୮ ରନ ବ୍ୟୟ କରି ଅଷ୍ଟ୍ରେଲିଆକୁ ବିପଦ ମୁହଁକୁ ଠେଲି ଦେଇଥିଲେ ରେଣୁକାୟ କଙ୍ଗାରୁ ଦଳର ପ୍ରଥମ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ସେ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ତାଙ୍କ ବ୍ୟତୀତ ଦିପ୍ତୀ ଶର୍ମା ମଧ୍ୟ ୨ ୱିକେଟ ନିଜ ନାମରେ କରିଛନ୍ତି । ତେବେ ଅନ୍ୟ ସମସ୍ତ ବୋଲର ମ୍ୟାଚରେ କୌଣସି ସଫଳତା ହାସଲ କରି ପାରିନାହାନ୍ତି ।

Related posts

ରାଜସ୍ଥାନ ରୟାଲସ କ୍ୟାପଟେନ ହେବେ ରବୀନ୍ଦ୍ର ଜାଡେଜା!

Odisha Sports Bureau

ବିରଳ ସଫଳତା ଅର୍ଜନ କରିଛି ଅଷ୍ଟ୍ରେଲିଆ ମହିଳା ଦଳ

Odisha Sports Bureau

ଆଇପିଏଲ ୧୨ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସୁପରକିଙ୍ଗସ୍

Odisha Sports Bureau