Cricket

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନେଲେ ୧୦୦୦ ୱିକେଟ୍‌

କ୍ରିକେଟ୍‌ ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ଶ୍ରୀଲଙ୍କାର ବାମହାତୀ ସ୍ପିନର୍‌ ମଲିନ୍ଦ ପୁଷ୍ପକୁମାର । ବିଶ୍ବର ୨୧୮ତମ ଖେଳାଳି ଭାବେ ସେ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୧୦୦୦ ୱିକେଟ୍‌ ପୂର୍ଣ୍ଣ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଏଭଳି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାରେ ପୁଷ୍ପକୁମାର ଶ୍ରୀଲଙ୍କାର ଚତୁର୍ଥ କ୍ରିକେଟର୍‌ ହୋଇଛନ୍ତି । ଏହି କ୍ଲବ୍‌ରେ ପୂର୍ବରୁ ଶ୍ରୀଲଙ୍କା ର ମୁଥୟା ମୁରଲୀଧରନ (୧୩୭୪), ରଙ୍ଗନା ହେରାଥ (୧୦୮୦), ଦାନୁକ ହେତିଆରାଛି (୧୦୦୧)  ସାମିଲ ଥିଲେ । ପୁଷ୍ପକୁମାର ୨୦୦୬ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ । ମୁଥୟା ମୁରଲୀଧରନ ଏବଂ ପୁଷ୍ପକୁମାର ସମାନ ୧୭୩ ତମ ମ୍ୟାଚ୍‌ରେ ଏହି ଗୌରବ ପାଇଛନ୍ତି । ପୁଷ୍ପକୁମାର କେବଳ ଶ୍ରୀଲଙ୍କା ମାଟିରେ ୯୬୬ ପ୍ରଥମ‌ ଶ୍ରେଣୀ ୱିକେଟ୍‌ ନେଇଛନ୍ତି।

Related posts

ବର୍ଷା ହେତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ; ଅଭ୍ୟାସ କରିବାର ସୁଯୋଗ ପାଇଲାନି ଟିମ୍ ଇଣ୍ଡିଆ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

Odisha Sports Bureau