Cricket

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି ଶେଷ ଦିନିକିଆ ମ୍ୟାଚ: ଶତକ କଲେ ଶୁବମନ

ଅହମଦାବାଦ: ଅହମଦାବାଦରେ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ବା ଶେଷ ଦିନିକିଆ ମ୍ୟାଚ। ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଓପନିଂ କରିଥିଲେ ।   ଶୁଭମନ ଗିଲ ୧୪ ଚୌକା ଏବଂ ୩ ଛକା ସହାୟତାରେ ୧୧୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି । ଏହା ପରେ ଶ୍ରେୟସ ୫୩ ବଲରେ ୫୯ ରନ କରି ବ୍ୟାଟିଂ କରୁଛନ୍ତି ।

ଶୁଭମନ ଗିଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିଛନ୍ତି। ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟରେ ଶତକ ମାରିବା ପରେ, ଗିଲ୍ ଏବେ ଏହି ଗ୍ରାଉଣ୍ଡରେ ଶତକ ମାରିଛନ୍ତି। ଗିଲ୍ ୯୭ ବଲରୁ ୧୦୪ ରନ କରିଛନ୍ତି। ସେ ୧୪ଟି ଚୌକା ଏବଂ ଦୁଇଟି ଛକା ମାରିଛନ୍ତି। ଏହା ସହିତ ଶ୍ରେୟସ ଆୟର ୩୮ ବଲ୍ ରେ ୪୮ ରନ କରି ଇନିଂସ ଖେଳିଛନ୍ତି।

Related posts

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau

ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନା

Odisha Sports Bureau

ଆରମ୍ଭ ହେଲା ଆଇପିଏ