Cricket

ମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇ

ବ୍ୟୁରୋ : ଅଧିନାୟକ ପଦ ସମ୍ଭାଳୁ ସମ୍ଭାଳୁ ମ୍ୟାଚ ଜିତାଇଲେ ଧୋନୀ । ଫେରାଇ ଆଣିଲେ ଚେନ୍ନାଇ ର ଚମକ । ଆଇପିଏଲର ୪୬ ତମ ମ୍ୟାଚ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇ । ଏହି ମ୍ୟାଚଟିକୁ ଚେନ୍ନାଇ ୧୩ ରନରେ ଜିତି ଯାଇଛି । ଚଳିତ ଟୁଣ୍ଣାମେଣ୍ଟରେ ହାଇଦ୍ରାବାଦ ୯ଟି ମ୍ୟାଚରୁ ୫ଟି ଜିତି ଥିବା ବେଳେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୧୦ଟି ମ୍ୟାଚ ଖେଳି ମାତ୍ର ୩ଟି ବିଜୟ ହାସଲ କରିଛି ।

ଚେନ୍ନାଇ ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରିଥିବା ବେଳେ ଓପନର ଋତୁରାଜ ୯୯ ରନ କରିଥିବା ବେଳେ ଡେଭନ ଅପରାଜିତ ଭାବରେ ୮୫ ରାନ କରିଥିଲେ । ଯାହା ଫଳରେ ଚେନ୍ନାଇ ୨୦୨ ଭଳି ଏକ ବିଶାଳ ସ୍କୋର କରିପାରିଥିଲା । କିନ୍ତୁ ହାଇଦ୍ରାବାଦ ୨୦ ଓଭର ଖେଳି କେବଳ ୧୮୯ ରନ କରିପାରିଥିଲା । ନିକୋଲାସ ୬୪, ଓ୍ଵିଲିୟମସନ ୪୭, ଅଭିଶେକ ୩୯ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଚେନ୍ନାଇ ବିଜୟରେ ମୁକେଶ ଚୋଧରୀ ୪ ଓ୍ଵିକେଟ ନେଇ ଦଳକୁ ବିଜୟୀ କରାଇ ଥିଲେ ।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି

Odisha Sports Bureau

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ !

ମେସିଙ୍କ ସମ୍ପତ୍ତି ତୁଳନାରେ ୭ ଧନୀ ଭାରତୀୟ କ୍ରିକେଟରଙ୍କ ମିଳିତ ରୋଜଗାର ଫିକା

Odisha Sports Bureau