Cricket

ମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇ

ବ୍ୟୁରୋ : ଅଧିନାୟକ ପଦ ସମ୍ଭାଳୁ ସମ୍ଭାଳୁ ମ୍ୟାଚ ଜିତାଇଲେ ଧୋନୀ । ଫେରାଇ ଆଣିଲେ ଚେନ୍ନାଇ ର ଚମକ । ଆଇପିଏଲର ୪୬ ତମ ମ୍ୟାଚ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇ । ଏହି ମ୍ୟାଚଟିକୁ ଚେନ୍ନାଇ ୧୩ ରନରେ ଜିତି ଯାଇଛି । ଚଳିତ ଟୁଣ୍ଣାମେଣ୍ଟରେ ହାଇଦ୍ରାବାଦ ୯ଟି ମ୍ୟାଚରୁ ୫ଟି ଜିତି ଥିବା ବେଳେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୧୦ଟି ମ୍ୟାଚ ଖେଳି ମାତ୍ର ୩ଟି ବିଜୟ ହାସଲ କରିଛି ।

ଚେନ୍ନାଇ ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରିଥିବା ବେଳେ ଓପନର ଋତୁରାଜ ୯୯ ରନ କରିଥିବା ବେଳେ ଡେଭନ ଅପରାଜିତ ଭାବରେ ୮୫ ରାନ କରିଥିଲେ । ଯାହା ଫଳରେ ଚେନ୍ନାଇ ୨୦୨ ଭଳି ଏକ ବିଶାଳ ସ୍କୋର କରିପାରିଥିଲା । କିନ୍ତୁ ହାଇଦ୍ରାବାଦ ୨୦ ଓଭର ଖେଳି କେବଳ ୧୮୯ ରନ କରିପାରିଥିଲା । ନିକୋଲାସ ୬୪, ଓ୍ଵିଲିୟମସନ ୪୭, ଅଭିଶେକ ୩୯ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଚେନ୍ନାଇ ବିଜୟରେ ମୁକେଶ ଚୋଧରୀ ୪ ଓ୍ଵିକେଟ ନେଇ ଦଳକୁ ବିଜୟୀ କରାଇ ଥିଲେ ।

Related posts

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau

ପରଲୋକରେ ସ୍କଟଲ୍ୟାଣ୍ଡର କନ୍ ଡି ଲାଙ୍ଗ

Odisha Sports Bureau

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

Odisha Sports Bureau