Football

ନବମ ବାର୍ଷିକ କୁଇକ୍ଲାମ୍ବୁ ଫୁଟବଲ ପ୍ରତିଯୋଗିତା ଫିରିଙ୍ଗିଆରେ ଉଦଘାଟନୀ ଉତ୍ସବ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉନ୍ନିତ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ନବମ ବର୍ଷ କୁଇ କ୍ଲାମ୍ବୁ ଫୁଟବଲ ପତିଯୋଗିତା ଉଦଘାଟିତ ହୋଇଯାଇଛି । ବନବାସୀ କଲ୍ୟାଣ ଆଶ୍ରମ କନ୍ଧମାଳ ଦ୍ୱାରା ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ର ଉଦଘାଟନି ଉତ୍ସବ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ର ଅଧକ୍ଷ ରୋଦନ ମଳିକ ,କୁଇ ସାମାଜ ଶେବା ସମିତି ସଭାପତି ସୁଦର୍ଶନ କହଁର , ଜନଜାତି ସମବାୟ ଓ ବାଣିଜ୍ୟ ଓ ଉନ୍ନୟନ ମହାସଂଙ୍ଘ ଭାରତ ସରକାରଙ୍କ ଉପସଭାପତି ତଥା କନ୍ଧମାଳ ଜିଲ୍ଲା କ୍ଲାମ୍ବୁ ସଂଯୋଜକ ପବିତ୍ର କହଁର ,ବନବାସୀ କଲ୍ୟାଣ ଅଶ୍ରମ ର ଉପସଭାପତି ଦିଲପ କହଁର ,ବନବାସୀ କଲ୍ୟାଣ ଅଶ୍ରମ ର କ୍ରିଡା ପ୍ରମୁଖ କାମେଶ୍ୱର କହଁର, କୁଇ କ୍ଲାମ୍ବୁ କନ୍ଧମାଳ ଜିଲ୍ଲା ସଂଯୋଜକ ବାଳକୃଷ୍ନ ପ୍ରଧାନ, ହିତରକ୍ଷା ପ୍ରମୁଖ ବସନ୍ତ ପ୍ରଧାନ, ଧର୍ମପ୍ରଚାରକ ଚିନ୍ତାମଣି ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ତେବେ ଆଦିବସୀ ସମାଜ ବା ଜନଜାତୀ ଙ୍କ ପୁର୍ବ ଗୈାରବ କୁ ପୁଣିଥରେ ଉଦଜିବୀତ କରିବା ଲକ୍ଷରେ ବିଗତ ନଅ ବର୍ଷ ଧରି ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା କୁ ବହୁ ଧୁମଧାମ ରେ କରାଯାଉଛି । ଆଗାମି ସେପ୍ଟେମ୍ବର ୧୭ ତାରିଖ ପର୍ୟ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲାର ବିଭିନ୍ନ ପଡିଆ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଶୁଚନା ଦେଇଛନ୍ତି ।

Related posts

ଲା ଲିଗା: ରିଅଲ୍ ମାଦ୍ରିଦ୍ ବାର୍ସିଲୋନାକୁ ୩-୦ରେ ପରାସ୍ତ କଲା

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

Odisha Sports Bureau

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau