Cricket

ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ଖବରରେ ସତ୍ୟତା ନାହିଁ : ବିସିସିଆଇ

ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ ଦୃଷ୍ଟିରୁ ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏପରି ଖବରରେ କୌଣସି ସତ୍ୟତା ନାହିଁ ତଥା ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିସିସିଆଇ କହିଛି ।

ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ଦେଖି ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବେ ନାହିଁ ବୋଲି ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ । ଏଥିପାଇଁ ବିସିସିଆଇ ଆଇସିସିକୁ ଏକ ଚିଠି ଲେଖିଥିଲା । ଏନେଇ ଆଇସିସି କିଛି ସ୍ପଷ୍ଟୋକ୍ତି ରଖିନାହିଁ । ହେଲେ ଏହାରି ମଧ୍ୟରେ ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳିବ ନାହିଁ ବୋଲି ସକାଳୁ ଖବର ପ୍ରସାରିତ ହେଉଥିଲା । ଯାହାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ ।

ସେ କହିଛନ୍ତି ଯେ ଏସିଆ କପରେ ଅଂଶଗ୍ରହଣ ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଏସିସି ଇଭେଣ୍ଟ ସମ୍ପର୍କରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚର୍ଚ୍ଚା ହେଉଥିବା ଖବରରେ ସତ୍ୟତା ନାହିଁ। ବିସିସିଆଇର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ (ମହିଳା ଏବଂ ପୁରୁଷ ଦଳ) ଉପରେ ରହିଛି।

ତେବେ ଚଳିତ ବର୍ଷ ୧୭ତମ ଏସିଆ କପ୍ ଖେଳାଯିବ। କିଏ ଆୟୋଜକ ଦେଶ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଯଥା ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ, ହଂକଂ ଏବଂ ୟୁଏଇ। ସେହିପରି ଶ୍ରୀଲଙ୍କା ମହିଳା ଇମରଜିଂ ଟିମ୍ ଏସିଆ କପ୍ ୨୦୨୫ରେ ଆୟୋଜନ କରିବାକୁ ଯାଉଛି।

Related posts

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ

Odisha Sports Bureau

ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଲା ଭାରତ

Odisha Sports Bureau

ଫିଲ୍ଡିଂ ନୈରାଶ୍ୟଜନକ, ୪୭.୫ ଓଭରରେ କଙ୍ଗାରୁ ବିଜୟୀ

Odisha Sports Bureau