Cricket

ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍

(ଓଡିଶା ସ୍ପୋର୍ଟ): ସିଡେନ୍ ରେ ହେବାକୁଥିବା ତୃତୀୟ ଏବଂ ନିର୍ଣ୍ଣୟକ ଟି-୨୦ ପୂର୍ବରୁ ଭାରତୀୟ ଟିମ୍ ପାଇଁ ଏକ ଖରାପ ଖବର ଆସୁଛି । ଅଷ୍ଟ୍ରେଲିଆ ନିଜର ସବୁଠାରୁ ପ୍ରମୁଖ ସ୍ପିଡ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ଟିମ୍ ରେ ସାମିଲ କରିଛନ୍ତି । ଏହି ସ୍ପିଡ୍ ବୋଲରଙ୍କର ଅଷ୍ଟ୍ରେଲିଆ ଟି-୨୦ ଦଳକୁୁ ପ୍ରାୟ ଦୁଇବର୍ଷ ପରେ ଫେରିଛନ୍ତି । ମିଚେଲ ସ୍ଟୋର୍କ ଆଘାତ ହୋଇଥିବା ବୀଲି ଷ୍ଟେନଲେକଙ୍କ ଜାଗାରେ ଟିମ୍ ରେ ସାମିଲ ହୋଇଛନ୍ତି । ୨୦୧୬ ମସିହା ସେପ୍ଟେମ୍ବରରେ ଶେଷଥର ପାଇଁ ଟି-୨୦ ଖେଳିଥିବା ସ୍ଟାର୍କ ଫିଟନେସ୍ ସମସ୍ୟାରେ ପିଡିତ ଥିଲେ । ସ୍ଟାର୍କ ନିଜର ସ୍ପିଡ୍ ଏବଂ ସ୍ୱିଙ୍ଗ ବୋଲର ପାଇଁ ପରିଚିତ ।

ଏହା ପୂର୍ବରୁ ସ୍ଟେନଲେକ୍ ଏଡିଙ୍କୁ ଆଘାତ ଲାଗିବାରୁ ଦ୍ୱୀତୀୟ ଟି-୨୦ ମ୍ୟାଚ୍ ପାଇଁ ପ୍ଲେଇଙ୍ଗ ଇଲେଭେନ୍ ରେ ଭାଗ ନେଇପାରି ନ ଥିଲେ । ତାଙ୍କ ଜାଗାରେ ନାଥନ୍ କୁଲ୍ଟର ନାଇଲଙ୍କୁ ପ୍ଲେଇଙ୍ଗ ଇଲେଭେନ୍ ରେ ଜାଗା ମିଳିଥିଲା ।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ କିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ କଲା?

Odisha Sports Bureau

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

Odisha Sports Bureau

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau