Cricket

‘କିଙ୍ଗ୍ କୋହଲି’ ପାଇଁ ଗିରଫ ହେଲେ ୩ ହତ୍ୟାକାରୀ

ବିରାଟ କୋହଲିଙ୍କ ଖ୍ୟାତି ପାଇଁ ଜଣେ ବୃଦ୍ଧାଙ୍କ ହତ୍ୟାକାରୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ ।

ଘଟଣା ଅନୁସାରେ, ଅକ୍ଟୋବର ୨୭ ତାରିଖରେ କର୍ଣ୍ଣାଟକର ମହାଲକ୍ଷ୍ମୀପୁରମ ଅଞ୍ଚଳରେ ୮୨ ବର୍ଷୀୟା ବିଧବା କମଳା ଏନ୍ ରାଓଙ୍କୁ ୩ ଜଣ ଯୋଜନା କରି ହତ୍ୟା କରିବା ସହ ତାଙ୍କ ଘରୁ ସବୁକିଛି ଲୁଟ୍ ପାଟ କରିନେଇଥିଲେ। ପାଣି ପାଇପ ମିସ୍ତ୍ରୀ ଭାବେ ପ୍ରଥମେ ସମ୍ପୃକ୍ତ ବୃଦ୍ଧାଙ୍କ ଘରକୁ ଆସିବା ପରେ ୪୦ ବର୍ଷୀୟ ଆର୍ ଅଶୋକ ଜାଣପାରିଥିଲେ କମଳା ତାଙ୍କ ସ୍ବାମୀଙ୍କୁ ଗତବର୍ଷ ଅକ୍ଟୋବରରେ ହରାଇଛନ୍ତି ଏବଂ ଏକୁଟିଆ ରହୁଛନ୍ତି। ଏହି କଥାକୁ ସେ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ କହିବା ସହ ଏକ ବାରରେ ଷଡ଼ଯନ୍ତ୍ର ରଚିଥିଲେ। ସିଏମ ସିଦ୍ଦାରାଜୁ (୩୪) ଏବଂ ସି ଅଞ୍ଜନାମୂର୍ତ୍ତି (୩୩) ଏଥିରେ ସାମିଲ ହୋଇଥିଲେ।

ଅଶୋକ ବୃଦ୍ଧାଙ୍କ ଘରକୁ ଜଗିବା ପରେ ଅନ୍ୟ ଦୁଇ ଜଣ କମଳାଙ୍କ ହାତଗୋଡ଼କୁ ବାନ୍ଧିବା ସହ ମୁହଁରେ ପଟି ପକାଇ ଦେଇଥିଲେ। ସୁନାଗହଣା ଲୁଟିବା ପରେ ହତ୍ୟା କରି ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ କରିବା ପରେ ସିସିଟିଭି ଫୁଟେଜରୁ ଜାଣିପାରିଥିଲା ହତ୍ୟା ଦିନ ସକାଳେ ଏକ ଅଟୋରିକ୍ସା କମଳାଙ୍କ ଘର ଆଗରେ ବାରମ୍ବାର ଚକ୍କର କାଟୁଥିଲା। ଏହାର ନମ୍ବର ପ୍ଲେଟ ନଥିଲା। ବାସ୍ତବରେ ଏହି ଅଟୋରିକ୍ସାଟି ଅଞ୍ଜନାମୂର୍ତ୍ତି ଙ୍କର ଥିଲା ଏବଂ ଏହା ପଛରେ ‘କିଙ୍ଗ କୋହଲି’ ଲେଖାଥିଲା। କିନ୍ତୁ ଅନ୍ୟ ଏକ ଫୁଟେଜ୍ରୁ ପୁଲିସ ଜାଣିପାରିଥିଲା ସେଦିନ ସକାଳେ ସେହି ଅଟୋରିକ୍ସାରୁ ନମ୍ବର ପ୍ଲେଟକୁ ଲିଭାଯାଇଥିଲା। କିନ୍ତୁ କିଙ୍ଗ୍ କୋହଲି ଲେଖା ରହିଯାଇଥିଲା। ଏହି ଲିଙ୍କରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସମ୍ଭବ ହୋଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଶିବ ପ୍ରକାଶ ଦେବାରାଜୁ ପ୍ରକାଶ କରିଛନ୍ତି। ମହୀଶୂରରୁ ଏହି ୩ ହତ୍ୟାକାରୀଙ୍କୁ ଗିରଫ କରାଯିବା ପରେ ହାଜତକୁ ପଠାଇ ଦିଆଯାଇଛି।

Related posts

କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ

Odisha Sports Bureau

୨୦୧୯ ଆଇପିଏଲ ଖେଳାଳି ନିଲାମ

Odisha Sports Bureau

ମ୍ୟାଚ ପୂର୍ବରୁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମର ଯାଞ୍ଚ ପାଇଁ ପହଞ୍ଚିଲେ ଆଇସିସି ଏବଂ ବିସିସିଆଇ ଅଧିକାରୀ

Odisha Sports Bureau