Cycling

ଆଜି ଭାରତ- ୱେଷ୍ଟଇଣ୍ଡଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଏହି ମ୍ୟାଚ ଆମେରିକାର ଫ୍ଲୋରିଡାରେ ସମୟ ରାତି ୮ଟାରେ ଖେଳାଯିବ । ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚରୁ ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇ ମ୍ୟାଚ ଜିତି ଥିବା ବେଳେ ତୃତୀୟ ମ୍ୟାଚରେ ବାଜିମାରିଛି ଭାରତ । ଚତୁର୍ଥ ମୁକାବିଲା ଜିତିବାକୁ ହେଲେ ଉଭୟ ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ । ଏ ଯାଏ ଭାରତ ଦଳଗତ ପ୍ରଦର୍ଶନ କରିପାରିନି । ବ୍ୟାଟିଂରେ ଓପନର ଇଶାନ କିସାନଙ୍କୁ ବଦଳାଇ ଯଶସ୍ବୀ ଜୟସ୍ବାଲ ଙ୍କୁ ସୁଯୋଗ ଦିଆଗଲା । କିନ୍ତୁ ସେ ଫେଲ ମାରିଲେ ।
ସେହିପରି ଏହି ମ୍ୟାଚରେ ଶୁବମନ ଗିଲ ଭଲ ଖେଳିପାରୁ ନାହାନ୍ତି । ଏଭଳି ସ୍ଥିତିରେ କାହାକୁ ସୁଯୋଗ ଦିଆଜିବ ତାହା ଉପରେ ସମସ୍ତଙ୍କ ନଜର । ଗିଲ କିମ୍ବା ସଞ୍ଜୁସାମସନଙ୍କ ସ୍ଥାନରେ ପୁଣିଥରେ କିସାନଙ୍କୁ ଖେଳାଇବାକୁ ଚିନ୍ତା କରାଯାଉଛି । .ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୧-୨ରେ ପଛରେ ରହିଛି।
ଏପଟେ ୱେଷ୍ଟଇଣ୍ଡିଜର ଟପ ଅର୍ଡର ଏପର୍ୟନ୍ତ କ୍ଲିକ କରିନାହିଁ । ଫଳରେ ଦିନିକିଆ ଅଧିନାୟକ ସାଇ ହୋପଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି ।

 

Related posts

ବିଏମଏକ୍ସ ବିଶ୍ୱ ସାଇକେଲ ଚାମ୍ପିୟନସିପ ବାତିଲ

Odisha Sports Bureau

ଜର୍ମାନୀରେ ପଦକ ଜିତିଲେ ଚାଷୀର ଝିଅ କଳ୍ପନା

ଭାରତ ଅଷ୍ଟ୍ରେଲିଆରେ ଦୀର୍ଘ ସମୟ ଧରି କ୍ୱାରେନଣ୍ଟାଇନରେ ରହିବାକୁ ଚାହୁଁନାହିଁ: ଗାଙ୍ଗୁଲି

Leave a Comment