Cricket

ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଦ୍ୱିତୀୟ ଦିନ

ଇଂଲଣ୍ଡ:ଇଂଲଣ୍ଡର ଓଭାଲ୍ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ର ଆଜି ହେଉଛି ଦ୍ୱିତୀୟ ଦିନ ।ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଆରମ୍ଭ କରି ୩ ୱିକେଟ୍ରେ ୩୨୭ ରନ୍ କରିଥିଲା । ଅଷ୍ଟ୍ରେଲିଆ ଟିମ୍ ନିଜ ସ୍ଥିତି ଦୃଢ଼ କରିଥିବା ବେଳେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଏକ ସମୟରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୭୬ ରନ୍ କରିଥିଲା ।

ଟ୍ରାଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ୧୫୬ ବଲ୍ରେ ୧୪୬ ରନ୍ କରି ଅପରାଜିତ ଅଛନ୍ତି । ଏଥିରେ ସେ ମାରିଛନ୍ତି ୨୨ଟି ଚୌକା ଓ ଗୋଟିଏ ଛକା । ତାଙ୍କ ସହ ୯୫ ରନ୍ କରି ଅପରାଜିତ ରହିଛନ୍ତି ଷ୍ଟିଭେନ୍ ସ୍ମିଥ୍ ।
ତେବେ ବୋଲର୍ ଚୟନକୁ ନେଇ ଏବେ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି କାହିଁକି ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ଙ୍କୁ ଭାରତ ଦଳରେ ସାମିଲ କଲା ନାହିଁ ? ତାଙ୍କ ଭଳି ଜଣେ ଶ୍ରେଷ୍ଠ ବୋଲରଙ୍କୁ ଦଳରେ ନିଆନଯିବା ଏକ ଭୁଲ ନିଷ୍ପତ୍ତି ବୋଲି ଭାଗାସ୍କର କହିଛନ୍ତି । ତେବେ ବୋଲିଂ କୋଚ୍ ପାରସ ମାମ୍ବ୍ରେ କହିଛନ୍ତି କି ଓଭାଲ୍ ର ପିଚ୍କୁ ଦେଖି ଅଶ୍ୱିନ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି ।

Related posts

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau

ଆଜିର ଦିନରେ ୪୦ବର୍ଷ ପୂର୍ବେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ