Cricket

ଟସ୍ ଜିତିଲା USA, ପ୍ରଥମେ କରିବ ବୋଲିଂ

ନୂଆଦିଲ୍ଲୀ: ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ଵକପ୍ ଅଭିଯାନ । ପ୍ରଥମ ଦିନରେ USA ବାହିନୀକୁ ଭେଟିବ ଭାରତୀୟ ଦଳ । IND vs USAର ପ୍ରଥମ ମ୍ୟାଚ୍‌ରେ ୟୁଏସଏ ଦଳର ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସିଦ୍ଧାନ୍ତ ନେଇଛନ୍ତି। ଏହାସହିତ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମାଠକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ନିୟମିତ ଖେଳାଳି ଜସପ୍ରୀତ ବୁମରାହ, ସଞ୍ଜୁ ସାମସନ ଓ ୱାସିଂଟନ ସୁନ୍ଦର ଖେଳୁନାହାନ୍ତି। ତେବେ ତୀବ୍ର ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଇଛି।

ଭାରତ ପକ୍ଷରୁ ଇଶାନ କିଶନ ଓ ଅଭିଷେକ ଶର୍ମା ଓପନିଂ କରିଛନ୍ତି। ମିଡଲ୍ ଅର୍ଡରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ ଓ ହାର୍ଦିକ ପାଣ୍ଡ୍ୟା ଦାୟିତ୍ୱ ନେଇଛନ୍ତି। ବୋଲିଂ ଦାୟିତ୍ୱ ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଓ ଭରୁଣ ଚକ୍ରବର୍ତ୍ତୀଙ୍କ ଉପରେ ରହିବ। ୟୁଏସଏ ଦଳ ମଧ୍ୟ ମୋନାଙ୍କ ପଟେଲଙ୍କ ନେତୃତ୍ୱରେ ଭାରତକୁ ଦୃଢ଼ ଟକ୍କର ଦେବା ଲକ୍ଷ୍ୟରେ ମାଠକୁ ଓହ୍ଲାଇଛି।

ଭାରତର ପ୍ଲେଇଂ ଇଲେଭେନ୍: ଇଶାନ କିଶନ (ୱିକେଟକିପର), ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଏବଂ ବରୁଣ ଚକ୍ରବର୍ତ୍ତୀ।

ୟୁଏସଏର ପ୍ଲେଇଂ ଇଲେଭେନ୍: ଆଣ୍ଡ୍ରିଜ୍ ଗୌସ୍ (ୱିକେଟକିପର), ସୈତେଜା ମୁକ୍କମଲ୍ଲା, ମୋନାଙ୍କ ପଟେଲ (ଅଧିନାୟକ), ମିଲିନ୍ଦ କୁମାର, ସଞ୍ଜୟ କୃଷ୍ଣମୂର୍ତ୍ତି, ଶୁଭମ ରଞ୍ଜନେ, ହରମୀତ ସିଂହ, ମହମ୍ମଦ ମୋହସିନ, ଶାଡ୍ଲି ୱାନ୍ ଶାଲ୍କୱିକ, ଅଲି ଖାନ୍ ଏବଂ ସୌରଭ ନେତ୍ରାବାଲକର।

Related posts

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

Odisha Sports Bureau

ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫ

Odisha Sports Bureau

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau