Cricket

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଚଳିତ ସିଜିନରେ ଏହି ମ୍ୟାଚ ରାଜସ୍ଥାନର ଶେଷ ମ୍ୟାଚ ଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୧୮୮ ରନ୍ ଟାର୍ଗେଟ ଦେଇଥିଲା । ଯାହାର ଜବାବର ରାଜସ୍ଥାନ ୧୮ ଓଭରରେ ୧୮୯ ରନ କରି ବିଜୟ ଲାଭ କରିଥିଲା । ଶେଷ ମ୍ୟାଚରେ ରାଜସ୍ଥାନ ଚେନ୍ନାଇକୁ ୬ ୱିକେଟରେ ହରାଇଥିଲା ।

ଏହି ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଭଲ ନଥିଲା ସତ କିନ୍ତୁ ବୈଭବ ଏବଂ ଯଶସ୍ବୀ ସମସ୍ତଙ୍କ ମନ ଜିଣିନେଇଥିଲେ । ବୈଭବ ଏହି ସିଜିନରେ ଶତକ ମାରିଥିଲେ । ଏହି ମ୍ୟାଚରେ ବୈଭବ ୫୭ ରନ୍ କରିଥିଲେ । ବୈଭବ ୪ଟି ଚଉକା ଏବଂ ୪ଟି ଛକା ମାରିଥିଲେ । ମ୍ୟାଚ ସରିବା ପରେ ଧୋନିଙ୍କ ପାଦ ଛୁଇଁଥିଲେ ବୈଭବ, ଆଉ ବୈଭବଙ୍କୁ ଉଠାଇ କଥା ହୋଇଥିଲେ ଧୋନି ।

 

Related posts

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

Odisha Sports Bureau

ଶୁଭମନ ଗିଲ ଗୌହାଟୀ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି

Odisha Sports Bureau

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

Odisha Sports Bureau