Cricket

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ

ଲକ୍ଷ୍ନୌ: ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ । ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଦଳର ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ସହ  ଜରିମାନା ବାବଦକୁ ମ୍ୟାଚ ଫିର ୫୦%ଅର୍ଥ କଟିଦିଆଯାଇଛି ।  ତେବେ ଗତକାଲି  ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଦିଗଭେଶ ଓ ଅଭିଷେକ ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିଷେକଙ୍କୁ ଆଉଟ କରିବା ପରେ ଦିଗଭେଶ ନୋଟବୁକ ସେଲିବ୍ରେଶନ କରିବା ସହ ବ୍ୟାଟ୍ସମ୍ୟାନଙ୍କୁ ବାହାରକୁ ଯିବା ପାଇଁ ରାସ୍ତା ଦେଖାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅମ୍ପାୟର ଦୁଇଜଣଙ୍କୁ ଶାନ୍ତ କରିଥିଲେ ।

ପୂର୍ବରୁ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ଦଣ୍ଡିତ ହୋଇଥିଲେ । ଦିଗଭେଶଙ୍କୁ ଏବେ ଓଭରାଲ ୫ ଡିମେରିଟ ପଂଏଟ ଦିଆଯାଇଛି । ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟ ହାସଲ କରିବା ଯୋଗୁ ହାଇଦ୍ରାବାଦର ପ୍ଲେ ଅଫ ପ୍ରବେଶ ଆଶା ଧୂଳିସାତ ହୋଇଛି ।

Related posts

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

Odisha Sports Bureau

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍

ଦକ୍ଷିଣ ଆଫ୍ରିକା ଉପରେ ଦୀପ୍ତି ଶର୍ମାଙ୍କ ‘ଡବଲ ଆକ୍ରମଣ…

Odisha Sports Bureau