ଭୁବନେଶ୍ୱର : ଫୁଟବଲ ଖେଳାଳିରୁ ହେଲେ କଣ୍ଟେଣ୍ଟ କ୍ରିଏଟର। ପର୍ତ୍ତୁଗାର୍ଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ରୀଡା ଟ୍ୟାଲେନଟା ପାଇଁ ସେ ବେଶ ଜଣାଶୁଣା। ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ଢେର ରେକର୍ଡ ଭାଙ୍ଗିବାରେ ମାହିର ରୋନାଲଡୋ । ରୋନାଲଡୋଙ୍କ ନୂଆ ରେକର୍ଡ, ଏହା ତ ସମସ୍ତଙ୍କ ପାଇଁ ଚିରାଚରିତ କଥା । କିନ୍ତୁ ଏଥର ଫୁଟବଲ ନୁହେଁ ସୋସିଆଲ ମିଡ଼ିଆରେ କଲେ ନୂଆ ରେକର୍ଡ । ରୋନାଲଡୋ ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ମାତ୍ର ୯୦ ମିନିଟ ମଧ୍ୟରେ ସେ ୧ମିଲିୟନ ସବ୍ଷ୍କ୍ରାଇବର୍ ସଭିଙ୍କୁ ଆଚମ୍ବିତ କରିଥିଲା । ତେବେ ୨୪ ଘଣ୍ଟାରେ ୧୦ ମିଲିୟନ ସବ୍ଷ୍କ୍ରାଇବର୍ ହେବାର ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ଦ୍ରୁତତମ ସେଲିବ୍ରିଟି ପାଲଟିଛନ୍ତି ରୋନାଲ୍ଡୋ। କେବଳ ସେତିକି ନୁହେଁ ମାତ୍ର ୧୨ ଘଣ୍ଟା ସମୟ ବ୍ୟବଧାନରେ ୟୁଟ୍ୟୁବ ପକ୍ଷରୁ ତାଙ୍କୁ ଗୋଲ୍ଡେନ ବଟନ ପ୍ରଦାନ କରାଯାଇଛି । ୟୁଟୁବରେ ହେଉଛି ଏହା ଏକ ବିରଳ ରେକର୍ଡ । ଏପରି ରେକର୍ଡ କୌଣସି ୟୁଟ୍ୟୁବର କରିନଥିବା ସୂଚନା ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ, କେବଳ ୟୁଟୁବ ନୁହେଁ ବରଂ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ରୋନାଲଡୋଙ୍କର ବେଶ ଭଲ ସବ୍ଷ୍କ୍ରାଇବର୍ ରହିଛନ୍ତି । ରୋନାଲ୍ଡୋଙ୍କର ‘ଏକ୍ସ’ରେ ୧୧୫.୫ ମିଲିୟନ, ଫେସ୍ବୁକ୍ରେ ୧୭୦ ମିଲିୟନ ଏବଂ ଇନ୍ଷ୍ଟାଗ୍ରାମରେ ୬୩୬ ମିଲିୟନ ସବ୍ଷ୍କ୍ରାଇବର୍ ଅଛନ୍ତି । ଫୁଟବଲରେ ସେ ଯେପରି ସାରା ବିଶ୍ୱରେ ଚମକି ଥାଆନ୍ତି, ଠିକ ସେହିପରି ପଡିଆ ବାହାରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି ।
ପ୍ରକାଶ ଥାଉ କି, ନିକଟରେ ୟୁରୋ କପ ୨୦୨୪ରେ ସେ ପର୍ତ୍ତୁଗାଲ ତରଫରୁ ଖେଳୁଥିବାର ନଜର ଆସିଥିଲେ। ରୋନାଲ୍ଡୋ ଫୁଟବଲରେ ସର୍ବାଧିକ ଗୋଲ କରିଥିବା ଖେଳାଳି । ହେଲେ ନିଜ ଟିମକୁ ଆଜି ଯାଏଁ ବିଶ୍ୱକପ୍ ଜିତାଇପାରିନାହାନ୍ତି ରୋନାଲଡୋ । ୩୯ ବର୍ଷରେ ପହଞ୍ଚିଥିବା ଏହି ଖେଳାଳି ନିଜ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି । ହେଲେ ତାଙ୍କ ଫିଟନେସ ଏବେ ବି ଜବରଦସ୍ତ ରହିଛି। ଫୋବର୍ସ ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କ ନେଟ୍ ୱର୍ଥ ୨୬୦ ମିଲିୟନ ଡଲାର। ସେ ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳି। ସେ ୧ ବିଲିୟନରୁ ଅଧିକ ଟଙ୍କା ରୋଜଗାର କରୁଥିବା ପ୍ରଥମ ଫୁଟବଲ ଖେଳାଳି । ତେବେ କୁହାଯାଉଛି ଫୁଟବଲ ଭଳି ଯଦି ୟୁଟ୍ୟୁ ବରେ ଏହି ଭଳି ଭାବେ ତାଙ୍କ ଫଲୋଅର୍ସ ବଢିଚାଲେ ତେବେ ସେ ୟୁଟ୍ୟୁବରେ ସର୍ବାଧିକ ଫଲୋଅର୍ସ ମିଷ୍ଟର ବିଷ୍ଟଙ୍କୁ ବି ପଛରେ ପକାଇପାରନ୍ତି ।