Cricket

ବିରାଟ ଅନୁଷ୍କାଙ୍କ ଲଞ୍ଚଡେଟ

ବେଙ୍ଗାଲୁରୁ : ବିରାଟ ଅନୁଶ୍କା ସବୁବେଳେ ତାଙ୍କର ଜିଛିନା କିଛି କାରରକୁ ନେଇ ଲାଇମ ଲାଟରେ ରୁହନ୍ତି ।ତେବେ ବିରାଟ ଆଇପିଏଲରେ ବ୍ୟସ୍ତ ରହିବା ସତ୍ୱେ ପତ୍ନୀଙ୍କ ପାଇଁ ସବୁ ବେଳେ ଟାଇମ ଦେଇଥାନ୍ତି । ସେଥିପାଇଁ ନିକଟରେ ବିରାଟ କୋହଲି ପତ୍ନି ଅନୁଷ୍କାକୁ ଧରି ବେଙ୍ଗାଲୁରୁର ଲୋକପ୍ରିୟ ଭୋଜନାଳୟ ସିଟି ଆରକୁକୁ ଖାଇବାକୁ ଯାଇଥିଲେ । ଲଞ୍ଚ ଡେଟରେ ଯାଇଥିବା ଏକ ଭିଡିଓ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ୟାନ୍ ଜଣଙ୍କ ନିୟମ ଭାଙ୍ଗି ଅନୁଷ୍କାଙ୍କ ପାଖକୁ ଆସୁଥିବା ବେଳେ ବିରାଟ ତାଙ୍କୁ ଅନୁଷ୍କାଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ମଧ୍ୟ ଆଇପିଏଲ୍ରେ ମ୍ୟାଚ୍କୁ ନେଇ ବିରାଟ ବିରକ୍ତ ହେବାର ଲୋକେ ଦେଖିଥିବେ । ବିରାଟ କ୍ରିକେଟ୍ ପ୍ରତି ଯେତେ ଗୁରୁତ୍ୱ ଦିଅନ୍ତି, ନିଜ ପରିବାରକୁ ବି ସେତିକି ଗୁରୁତ୍ୱ ଦିଅନ୍ତି । ଭୋଜନାଳୟରୁ ବାହାରିବା ସମୟରେ ତାଙ୍କ ଗାଡ଼ି ପାଖରେ ଶହଶହ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବିରାଟ ଓ ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଅନେକ ଫ୍ୟାନ୍ସ ଚେଷ୍ଟା କରିଥିଲେ । ତାଙ୍କ ମଧ୍ୟରୁ ଜଣେ ଫ୍ୟାନ୍ ଭିଡ଼ରେ ସିକ୍ୟୁରିଟି ଭାଙ୍ଗି ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବିରାଟ ରାଗିଯାଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି

Odisha Sports Bureau

ଘନ କୁହୁଡି ଯୋଗୁ ବାତିଲ ହେଲା ଲକ୍ଷ୍ନୌ ମ୍ୟାଚ

Odisha Sports Bureau

ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ବଡ଼ ଝଟକା

Odisha Sports Bureau