Cricket

BCCI ଉପରେ ଅସନ୍ତୋଷ ପ୍ରକାଶ କଲେ ବିରାଟ

ନୂଆଦିଲ୍ଲୀ: କିଛିଦିନ ତଳେ ରୋଞାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟର ଖେଳ ୋଶ ହେବା ପରେ ପରସ୍ପରକୁ ହାତ ମେଳାଉଥିବା ବେଳେ ବିରାଟ କୋହଲି ଗୌତମ ଗମ୍ଭିରଙ୍କ ମଧ୍ୟରେ ଜୋର କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଥିଲା । ସେହିସମୟରେ ଦୁଇଜଣଙ୍କୁ ଦଳର ମେମ୍ବର ମାନେ ଆସି ଅଲଗା କରିଥିଲେ ।

 

ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଥିଲା । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଥିବାବେଳେ ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚଫି କଟାଯାଇଥିଲା ।ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବାରୁ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା


ମ୍ୟାଚ ଫି କଟାଯିବାପରେ ବିରାଟ BCCI ଅଧିକାରୀଙ୍କୁ ଲିଖିତ ସ୍ପଷ୍ଟୀକରଣ ଦେଇଛନ୍ତି ।ଏହା ସହ ସେ ସେହିଦିନ ପ୍ରକୃତରେ କଣ ଘଟିଥିଲା ତାଙ୍କର ଭୁମିନା କଣ ଥିଲା ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି । ବିସିସିଆଇ ଅଧିକାରୀଙ୍କ ସାମ୍ନାରେ ବିରାଟ କୋହଲି କହିଛନ୍ତି ମୁଁ ଗୌତମ ଗମ୍ଭୀରଙ୍କୁ କିଛି କହି ନାହିଁ। ମୋର କିଛି ଭୁଲ ନଥିଲା । ଭୁଲ ନଥାଇ ମୋ ଉପରେ ଫାଇନ ଲାଗାଯାଇଛି ।

Related posts

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

ନୂଆ ‘ଲୋଗୋ’ ଜାରି କଲା ଗୁଜୁରାଟ ଟାଇଟନ୍ସ, ଉନ୍ମୋଚନ କଲେ ନେହେରା, ପାଣ୍ଡ୍ୟା ଓ ଶୁଭମନ

Odisha Sports Bureau

ବାବର ଆଜାମ ଶୁଭମନ ଗିଲଙ୍କଠାରୁ ଛଡ଼ାଇ ନେଲେ ନମ୍ବର-୧ର ମୁକୁଟ; ରବି ବିଷ୍ଣୋଇଙ୍କ ଶାସନ ମଧ୍ୟ ଶେଷ

Odisha Sports Bureau