Cricket

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

(ଓଡିଶା ସ୍ପୋର୍ଟ): ନିଜର ଚମକଦାର କ୍ୟାରିୟରରେ ଭିଭିଏସ୍ ଲକ୍ଷ୍ମଣ ଅନେକ ବିଜୟ ପାରି ଖେଳିଥିଲେ, ଯେଉଁଥିରେ ଇଡେନ୍ ଗାର୍ଡେନର ଐତିହାସିକ ୨୮୧ ରନ୍ ର ପାରି ମଧ୍ୟ ସାମିଲ ଅଟେ, କିନ୍ତୁ ଏହି ଦିଗଜ୍ଜ ବ୍ୟାଷ୍ଟ୍ ମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନିରେ ଖେଳାଯାଇଥିବା ୧୬୭ ରନ୍ ର ପାଳିକୁୁ ତାଙ୍କ କ୍ୟାରିଅରକୁ ମହତ୍ୱପୁର୍ଣ୍ଣ କରିଦିଆଯାଇଥିଲା । ଲକ୍ଷ୍ମଣ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ୨୦୦୦ ମସିହାରେ କରିଥିବା ଶତକକୁ ନିଜର ୧୭ ଶତକିମଧ୍ୟରୁୁ ଶର୍ବଶେଷ୍ଠ ଅଟେ ବୋଲି କହିଛନ୍ତି । ସେ ନିଜର ଆତ୍ମକଥା ‘୨୮୧ ଆଣ୍ଡ ବିୟୋଣ୍ଡ’ ଉନ୍ମୋଚନୀ ଉତ୍ସବ ଅବସରରେ କହିଥିଲେ, ‘୨୮୧ ରନ୍ ନିଶ୍ଚତ ରୂପେ ମୋ ପାଇଁ ଏକ ସ୍ମରଣିୟ ପାରି ଅଟେ । କଲିକତାର ସେହି ଟେଷ୍ଟ ମ୍ୟାଚ୍ ଏବଂ ସେହି ଶୃଙ୍ଖଳା ମୋ ପାଇଁ ଚିର ସ୍ମରଣିୟ ଅଟେ, କିନ୍ତୁ ୧୬୭ ରନ୍ ର ପାରି ମୋ ଭିତରେ ଆତ୍ମବୀଶ୍ୱାସ ଭରି ଦେଇଥିଲା ଯେପରି ମୁୁଁ ଉଚ୍ଚସ୍ତରରେ ଭଲ ପ୍ରଦର୍ଶନ କରିପାରିବି ।

ଲକ୍ଷ୍ମଣ କହିଥିଲେ, ‘କାରଣ ସେତେବେଳେ ଆମେ ଯେଉଁ ସ୍ଥିତିରେ ଥିଲୁ ଏବଂ ଯେଉଁପ୍ରକାର ପରିସ୍ଥିତି ଥିଲା । ସେତେବେଳେ ପରିସ୍ଥିତି କାଫି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଥିଲା ଏବଂ ଆମେ ଦୁନିଆର ସର୍ବଶ୍ରେଷ୍ଠ ବୋଲର ଆକ୍ରମଣର ସାମ୍ନା କରୁଥିଲୁ । ମୁଁ ନିଜର ପ୍ରଥମ ଟେଷ୍ଟ୍ ମ୍ୟାଚରେ ଶତକ ସଂଗ୍ରହ କରିଥିଲି ଏବଂ ଏହା ମୋ ପାଇଁ ମହତ୍ୱପୂର୍ଣ୍ଣ ଥିଲା, କାରଣ ଏଥିରେ ମୋତେ ଲାଗିଲା କି ମୋ ଭିତରେ ଉଚ୍ଚ ସ୍ତରରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରହିଛି ।’

Related posts

ଭାରତର ବଡ଼ ବିଜୟ, ୧୭ ରନରେ ଅଷ୍ଟ୍ରେଲିଆକୁ ହରାଇ ରଚିଲା ଇତିହାସ

Odisha Sports Bureau

ପ୍ରତ୍ୟେକ ମ୍ୟାଚ୍ ସହିତ, ଏକ ନୂତନ ସଫଳତା, ଇତିହାସ ରଚିଲେ ବିରାଟ

Odisha Sports Bureau

ଚଣ୍ଡିଗଡ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ

Odisha Sports Bureau