Hockey

ଆସନ୍ତାକାଲି ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର : ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଆୟୋଜିତ ହେଉଥିବା ହକି ବିଶ୍ୱ କପ ୨୦୨୩ ର ଟ୍ରଫିକୁ ଜାନୁଆରୀ ଏକ ତାରିଖରେ ନବରଙ୍ଗପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଆରସି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଏହି ସ୍ୱାଗତ କରାଯିବ । ପୌରପାଳିକା ଠାରୁ ମାଝୀଗୁଡା ପର୍ୟ୍ୟନ୍ତ ଏକ ଶୋଭା ଯାତ୍ରାରେ ଏହି ଟ୍ରଫିକୁ ନିଆଯିବ । ଜିଲ୍ଲାର ବିଭିନ୍ନ କ୍ରୀଡ଼ାବିତ,ହକି ଖେଳାଳି, ଜିଲ୍ଲାବାସୀ ଜନପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେବେ । ନବରଙ୍ଗପୁର ସର୍କିଟ ହାଉସ ପଡିଆ ଠାରେ ୧୫,୧୬,୧୭ ରେ ହକି ମ୍ୟାଚ ଦେଖାଇବା ବ୍ୟବସ୍ଥା କରାଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳା,ପୁସ୍ତକ ମେଳା ଓ କୃଷି ମେଳା ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ୟ୍ୟକ୍ରମ ହେବାର ବ୍ୟବସ୍ଥା ରହିଛି ।

Related posts

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau

ହକି ହିରୋଙ୍କୁ ଜୋରଦାର ସ୍ୱାଗତ

Odisha Sports Bureau