Cricket

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

ଆସନ୍ତାକାଲିରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମେ ଦୁଇଟି ଟେଷ୍ଟ,ପରେ ଦିନିକିଆ ଏବଂ ତା’ ପରେ ଟି-୨୦ ସିରିଜ ଖେଳାଯିବ । ଟିମ୍‌ ଇଣ୍ଡିଆ ପ୍ରସ୍ତୁତି କରିସାରିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସମୟ ବିଷୟରେ ଜଣାପଡିଛି । ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ସମୟ ଅନୁସାରେ ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ହେବ । ହେଲେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଟସ୍‌ ଟାଇମ୍‌ ସନ୍ଧ୍ୟା ୭ଟାରେ ହେବ । ପ୍ରଥମ ସେସନ ସାଢେ ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ସେସନ ପରେ ୪୦ ମିନିଟର ଲଞ୍ଚ ବ୍ରେକ ହେବ । ସେହିପରି ଦ୍ୱିତୀୟ ସେସନ ଭାରତୀୟ ସମୟାନୁସାରେ ରାତି ୧୦.୧୦ମିନିଟରୁ ଆରମ୍ଭ ହେବ । ଏହା ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୨.୧୦ରେ ସମାପ୍ତ ହେବ । ତା’ ପରେ ୨୦ ମିନିଟର ଟି ବ୍ରେକ ହେବ । ଟି ବ୍ରେକ ପରେ ଶେଷ ସେସନ ୧୨.୩୦ରୁ ଆରମ୍ଭ ହୋଇ ଶେଷ ରାତି ୨.୩୦ରେ ହେବ ।

Related posts

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

Odisha Sports Bureau

ସ୍ଲୋ’ ଓଭର୍ ରେଟ୍ ପାଇଁ ଅଶ୍ୱିନଙ୍କ ଉପରେ ଜୋରିମନା

Odisha Sports Bureau

ଅଧିନାୟକତ୍ୱ ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ! ରିପୋର୍ଟରେ ବଡ ଖୁଲାସା

Odisha Sports Bureau