Football

ବ୍ରାଜିଲ – ଆର୍ଜେଣ୍ଟିନା ଫୁଟବଲ ମ୍ୟାଚରେ ଦର୍ଶକ ପିଟାପିଟି , ଖେଳିବେନି କହିଲେ ଦର୍ଶକ

ମାରାକାନା ଷ୍ଟାଡିୟମରେ ବ୍ରାଜିଲ-ଆର୍ଜେଣ୍ଟିନା ଫୁଟବଲ ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଦର୍ଶକେ ପିଟାପିଟି ହୋଇଛନ୍ତି। ଏହା ବିଶ୍ୱକପ୍‌ ନିମନ୍ତେ କ୍ୱାଲିଫାୟର ମ୍ୟାଚ୍‌ ଥିଲା। ବ୍ରାଜିଲ ଓ ଆର୍ଜେଣ୍ଟିନା ଟିମ୍‌ ଫ୍ୟାନମାନେ ଷ୍ଟାଡିୟମରେ ପରସ୍ପର ସହ ଲଢି ଯାଇଥିଲେ। ଉଭୟ ପକ୍ଷ ଫ୍ୟାନ୍‌ଙ୍କ ମଧ୍ୟରେ ବିଧାଗୋଇଠା ଚାଲିବା ଯୋଗୁ ଅନେକ ଆହତ ହୋଇଛନ୍ତି। ଷ୍ଟାଡିୟମରେ ଏଭଳି ଅସ୍ୱଭାବିକ ପରିସ୍ଥିତି ପାଇଁ ବ୍ରାଜିଲ ବନାମ ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍‌ ଆରମ୍ଭ ହେବାକୁ ୩୦ ମିନିଟ୍‌ ବିଳମ୍ବ ହୋଇଛି।

ମ୍ୟାଚ୍‌ ନିମନ୍ତେ ବ୍ରାଜିଲ ଓ ଆର୍ଜେଣ୍ଟିନାର ଖେଳାଳି ନିଜନିଜ ଦେଶର ଜାତୀୟ ସଙ୍ଗୀତ ଗାନ ପାଇଁ ଧାଡିରେ ଛିଡା ହୋଇଥିଲେ। ଏତିକି ବେଳେ କ୍ୟାମେରା ଷ୍ଟାଣ୍ଡ ଆଡକୁ ବୁଲିବା ବେଳକୁ ଫ୍ୟାନଙ୍କ ଗୋଟିଏ ବର୍ଗ ଆଉ ଗୋଟିଏ ବର୍ଗକୁ ଆକ୍ରମଣ କରୁଥିବା ଦେଖାଯାଇଥିଲା, ଯାହା ଷ୍ଟାଡିୟମରେ ଉପସ୍ଥିତ ଫୁଟବଲରଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ତେବେ ଷ୍ଟାଡିୟମରେ ଭିଡକୁ କାବୁ କରିବା ପାଇଁ ପୋଲିସ ଲାଠି ଚାଳନା କରିଥିଲା। ସ୍ଥାନୀୟ ପୋଲିସକୁ ଷ୍ଟାଡିୟମର ଗୋଟିଏ ପଟେ ଲାଠିରେ ଆର୍ଜେଣ୍ଟିନାକ ଦର୍ଶକଙ୍କ ପିଟୁଥିବାର ଦେଖାଯାଇଥିଲା। ରିୟୋ-ଡି-ଜେନରିଓ ପୋଲିସର ଏପରି ବ୍ୟବହାର ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିଓନେଲ ମେସୀ ଓ ଅନ୍ୟ ଖେଳାଳିଙ୍କୁ ପସନ୍ଦ ଆସି ନଥିଲା। ଏଥିରେ ମେସୀ ମ୍ୟାଚ୍ ରେଫ୍ରିଙ୍କୁ ଏହି ଦୃଶ୍ୟ ଆଡକୁ ଇଶାରା କରି ସେ ମ୍ୟାଚ୍‌ ନଖେଳିବାକୁ ଓ ସାଥୀ ଖେଳାଳିଙ୍କ ସହ ଷ୍ଟାଡିୟମରୁ ବାହାରକୁ ଯିବାରେ ଲାଗିଥିଲେ।

Related posts

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌

ଆଜି ଅଲିମ୍ପିକ କ୍ୱାଲିଫାୟ ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ

Odisha Sports Bureau

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

Odisha Sports Bureau