Cricket

ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି । ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି । ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ୱଷ୍ଟ ହୋଇଯିବ ।ଏହା ପୂର୍ବରୁ ପନ୍ତଙ୍କୁ ଦଳର ନେତ୍ୱତ୍ୱ ଦାୟିତ୍ୱ ମିଳିଛି ।
ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଏହି ଭୁମିକାରେ ଦେଖିବାକୁ ମିଳିବ । ତେବେ ଏନେଇ ଆଜି ଘୋଷଣା କରାଯିବ ବୋଲି କୁହାଯାଉଛି ।
ସେପଟେ ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ୨୩ଜାନୁଆରୀରୁ ପୁଣି ଥରେ ଆରମ୍ଭ ହେଉଛି । ଏଥିରେ ଟିମ ଇଣ୍ଡିଆର କିଛି ନିୟମିତ ଖେଳାଳି ମଧ୍ୟ ଖେଳିବାକୁ ଯାଉଛନ୍ତି । ପନ୍ତ ପୂର୍ବରୁ ଆସୋସିଏଶନ ସଭାପତିଙ୍କୁ ଦିଲ୍ଲୀ ପାଇଁ ତାଙ୍କ ଉପଲବ୍ଧତା ବିଷୟରେ ଜଣାଇ ଦେଇଥିଲେ । ଏଣୁ ତାଙ୍କୁ ଦଳର ଅଧିନାୟକ କରାଯିବ ବୋଲି ଆଶା କରାଯାଉଛି ।

Related posts

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ବିଶ୍ୱକପରୁ ବାଦ ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ସୋସିଆଲ ମିଡିଆରେ କଲେ ପୋଷ୍ଟ

Odisha Sports Bureau

ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

Odisha Sports Bureau