Cricket

ଟେଷ୍ଟ ଟିମର ଅଧିନାୟକ ହୋଇପାରନ୍ତି ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି । ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସସ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି । ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ୱଷ୍ଟ ହୋଇଯିବ ।ଏହା ପୂର୍ବରୁ ପନ୍ତଙ୍କୁ ଦଳର ନେତ୍ୱତ୍ୱ ଦାୟିତ୍ୱ ମିଳିଛି ।
ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଏହି ଭୁମିକାରେ ଦେଖିବାକୁ ମିଳିବ । ତେବେ ଏନେଇ ଆଜି ଘୋଷଣା କରାଯିବ ବୋଲି କୁହାଯାଉଛି ।
ସେପଟେ ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ୨୩ଜାନୁଆରୀରୁ ପୁଣି ଥରେ ଆରମ୍ଭ ହେଉଛି । ଏଥିରେ ଟିମ ଇଣ୍ଡିଆର କିଛି ନିୟମିତ ଖେଳାଳି ମଧ୍ୟ ଖେଳିବାକୁ ଯାଉଛନ୍ତି । ପନ୍ତ ପୂର୍ବରୁ ଆସୋସିଏଶନ ସଭାପତିଙ୍କୁ ଦିଲ୍ଲୀ ପାଇଁ ତାଙ୍କ ଉପଲବ୍ଧତା ବିଷୟରେ ଜଣାଇ ଦେଇଥିଲେ । ଏଣୁ ତାଙ୍କୁ ଦଳର ଅଧିନାୟକ କରାଯିବ ବୋଲି ଆଶା କରାଯାଉଛି ।

Related posts

ହାର୍ଦ୍ଦିକ ପାଣ୍ଡ୍ୟା ମୁଣ୍ଡ ଲଣ୍ଡା କରି ମାହିକାଙ୍କ ସହ ତିରୁମାଲା ମନ୍ଦିରରେ ପହଞ୍ଚିଲେ…

Odisha Sports Bureau

ମୁମ୍ବାଇ ଟିମରୁ ବାଦ ପଡିଲେ ବୋଲର ଜୋଫ୍ରା

କ୍ରିକେଟ୍ ପାଇଁ ବିବାଦ, ୩ଟି ଯାକ ମ୍ୟାଚ ଖେଳିବନି ପାକିସ୍ତାନ

Odisha Sports Bureau