Cricket

ଆଇପିଏଲରେ ଚହଲଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ପତ୍ନୀ ଧନଶ୍ରୀ କହିଲେ ‘ଲିଜେଣ୍ଡ୍’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ତାରକା ୟୁଜବେନ୍ଦ୍ର ଚହଲ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳି ଭାବେ ଆଗରେ ରହିଛନ୍ତି । ତାଙ୍କର ପ୍ରଦର୍ଶନ ପାଇଁ ଆଇପିଏଲର ଏହି ସିଜିନରେ ସେ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଏହି ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆ ପୋଷ୍ଟରେ ସ୍ୱାମୀଙ୍କୁ ‘ଲିଜେଣ୍ଡ’ ବୋଲି କହି ଚର୍ଚ୍ଚାରେ ଅଛନ୍ତି । ଆଇପିଏଲ୍ର ୫୬ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ ୯ ଓ୍କିକେଟ୍ରେ କୋଲତାକାତା ନାଇଟ୍ ରାଇଡର୍ସକୁ ହରାଇଛି। ଇଡେନ୍ ଗାର୍ଡେନ୍ରେ ହେଉଥିବା ଏହି ମ୍ୟାଚ୍ରେ ୟୁଜବେନ୍ଦ୍ର ଚହଲ ଜବର୍ଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ବୋଲିଂ କରୁଥିବା ବେଳେ ୪ ଓଭର୍ରେ ୨୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।

Related posts

ମାଆଙ୍କ ସମାଧୀ ସ୍ଥଳରେ ପହଞ୍ଚିରେ ଷ୍ଟାର କ୍ରିକେଟର

Odisha Sports Bureau

ଭାରତୀୟ ଖେଳାଳିଙ୍କ ପ୍ରତି ଅବହେଳା ଦେଖି ବିରକ୍ତ ପ୍ରକାଶ କଲେ ପାଣ୍ଡ୍ୟା

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍

Odisha Sports Bureau