Cricket

ICC ନେଲା ବଡ଼ ଆକ୍ସନ, ବାଂଲାଦେଶ ଉପରେ ପୁଣି ନୂଆ ବିବାଦ

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ୨୦୨୬ ଟି୨୦ ବିଶ୍ଵକପ୍ କଭର କରିବାକୁ ଇଚ୍ଛୁକ ବାଂଲାଦେଶୀ ସାମ୍ବାଦିକମାନଙ୍କ ପାଇଁ ମିଡିଆ ମାନ୍ୟତା ପ୍ରକ୍ରିୟାକୁ ପୁନଃବିଚାର କରୁଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଯାତ୍ରା ନକରିବାର ସିଦ୍ଧାନ୍ତ ନେଇଥିବା ପରେ, ଆଇସିସି ତରଫରୁ ଏହି ପଦକ୍ଷେପ ନିଆଯାଇଛି। କିଛି ବାଂଲାଦେଶୀ ସାମ୍ବାଦିକଙ୍କ ଅଭିଯୋଗ ଅନୁସାରେ, ତାଙ୍କର ମିଡିଆ ଆବେଦନକୁ ଆଇସିସି ପକ୍ଷରୁ ଅସ୍ୱୀକୃତ କରାଯାଇଛି। ନ୍ୟୁଜ୍ ଏଜେନ୍ସି PTI ଅନୁସାରେ, ଆଇସିସି ସୂତ୍ର କହିଛନ୍ତି ଯେ, ଆବେଦକଙ୍କ ସଂଖ୍ୟା ଏବଂ ଟୁର୍ଣ୍ଣାମେଣ୍ଟ ସୂଚୀକୁ ଦୃଷ୍ଟିରେ ରଖି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଉଛି।

ସୂଚନା ଅନୁସାରେ ପ୍ରାୟ ୮୦ରୁ ୯୦ ଜଣ ବାଂଲାଦେଶୀ ସାମ୍ବାଦିକ ମିଡିଆ ମାନ୍ୟତା ପାଇଁ ଆବେଦନ କରିଥିଲେ। କିନ୍ତୁ ଆଇସିସି ସୂତ୍ର କହିଛନ୍ତି ଯେ, ବାଂଲାଦେଶ ଯଦି ବିଶ୍ଵ କପ୍‌ରେ ଅଂଶଗ୍ରହଣ କରିଥାନ୍ତା ତଥାପି ଏତେ ଅଧିକ ଆବେଦନକୁ ସ୍ୱୀକୃତି ଦେବା ସମ୍ଭବ ନ ଥିଲା। ନିୟମ ଅନୁସାରେ ଗୋଟିଏ ଦେଶରୁ ୪୦ରୁ ଅଧିକ ସାମ୍ବାଦିକଙ୍କୁ ମାନ୍ୟତା ମିଳିବାର ବ୍ୟବସ୍ଥା ନାହିଁ। ଏହି ପ୍ରସଙ୍ଗରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ର ମିଡିଆ ମ୍ୟାନେଜର ଅମଜଦ ହୁସେନ କହିଛନ୍ତି ଯେ, ଏହି ବିଷୟଟି ଆଇସିସି ସମ୍ମୁଖରେ ଉଠାଯାଇଛି ଏବଂ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟତା ଚାହିଁଛନ୍ତି। ସେ କହିଛନ୍ତି ଯେ, ଏହା ଗୋପନୀୟ ବିଷୟ ଓ ଅସ୍ୱୀକୃତିର କାରଣ ଜାଣିବାକୁ ବୋର୍ଡ ଇଚ୍ଛୁକ।

Related posts

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜି

Odisha Sports Bureau

ଶ୍ରୀଲଙ୍କା ସିରିଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦ

Odisha Sports Bureau