Cricket

ଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆ

(ଓଡିଶା ସ୍ପୋର୍ଟ): ଆଂଟିଗୁଆରେ ଖେଳାଯାଇଥିବା ଟ୍ୱି-ଟ୍ୱେଂଟି ମହିଳା ବିଶ୍ୱକପରେ ଭାରତ ବାଦ ପଡିଛି । ସେମିଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଛି ଇଂଲଣ୍ଡ । ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୧୯.୩ ଓଭରରେ କରିଥିଲା ୧୧୨ ରନ । ଜବାବରେ ଇଂଲଣ୍ଡ ବ୍ୟାଟିଂ କରି ୮ ୱିକେଟରେ ମ୍ୟାଚକୁ ଜିତିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରଥମେ ଭଲ ପ୍ରଦର୍ଶନ କରିଥିଲା ।

କିନ୍ତୁ ପରେ ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ୨୦୧୦ ପରେ ଭାରତ ପ୍ରଥମ ଥର ପାଇଁ ସେମିଫାଇନଲାକୁ ଯାଇଥିଲେ ବି ଫାଇନାଲରେ ପଂହଚିବାର ଆଶା ଧୂଳିସାତ ହୋଇଚି । ପୂର୍ବରୁ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ମହିଳା ଦଳ ଫାଇନାଲରେ ପଂହଚିସାରିଛି । ଲିଗ୍ ପର୍ୟ୍ୟାୟରେ ଅପରାଜେୟ ରହିଥିବା ଭାରତ ସେମିଫାଇନାଲରୁ ବିଦା ହୋଇଛି । ଲିଗ୍ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇ ଗ୍ରୁପର ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲକୁ ଯାଇଥିଲା ଟିମ୍ ଇଣ୍ଡିଆ ।

Related posts

କପିଲ ଦେବଙ୍କ ରେକର୍ଡ଼ ଭାଙ୍ଗିଲେ ଡେଲ ଷ୍ଟେନ ଭାଙ୍ଗି

Odisha Sports Bureau

ଧର୍ମଶାଳା ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

Odisha Sports Bureau

Leave a Comment