Hockey

ଘୋଷଣା ହେଲା ମହିଳା ବିଶ୍ୱକପ ଦଳ

ଭୁବନେଶ୍ୱର: ହକି ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ଭାରତୀୟ ଜୁନିୟର ମହିଳା ହକି ଟିମ । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଭାରତ ୧୮ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଦୁଇ ଓଡିଆ ଖେଳାଳୀ ସାଲିମା ଟେଟେ ଏବଂ ଶର୍ମିଲା ଦେବୀ ସ୍ଥାନ ପାଇଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଉଭୟ ଖେଳାଳୀ ଦଳର ଅଂଶ ରହିଥିଲେ । ବିଶ୍ୱକପ ପାଇଁ ଦୁଇ ଓଡିଆଙ୍କୁ ସ୍ଥାନ ମିଳିବା ପରେ ଅନେକ ମହଲରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ବିଶ୍ୱକପ ପାଇଁ ଭ।ରତୀୟ ହକି ଦଳ:
ବିଚୁ ଦେବୀ ଖରିବାମ, ଖୁସବୋ, ଅକ୍ଷତା ଆବାସୋ ଧେକଲେ, ଇଶିକା ଚୌଧୂରୀ, ପ୍ରିୟଙ୍କା, ମାରିନା ଲାଲମଙ୍ଗହାକି, ଅଜମିନା କୁଜୁର, ବାଲଜିତ କଉର, ରିଟ, ବେଷ୍ଣବୀ ବତ୍ଥଲ ଫାଲକେ, ସାଲିମା ଟେଟେ, ଶର୍ମିଲା ଦେବୀ, ଲାଲରେସିଆମି, ବିୟୁଟି ଡୁଙ୍ଗଡୁଙ୍ଗ, ଦୀପିକା, ମୁମତାଜ ଖାନ, ସଂଗୀତା କୁମାରୀ, ଜିୱାନ କିଶୋରୀ ଟପ୍ପୋ

Related posts

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau