Cricket

ତିନ୍‌ କା ଡ୍ରିମ୍‌’ ଦୁଃସ୍ଵପ୍ନ ପାଲଟିଗଲା

୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ‘ତିନ୍‌ କା ଡ୍ରିମ୍‌’ ଦୁଃସ୍ବପ୍ନ ପାଲଟିଗଲା। ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନି। ଯେଉଁ ପଡ଼ିଆରେ ରନ୍‌ ବର୍ଷୁଥିଲା ଓ ୱିକେଟ୍‌ ଝଡ଼ ଲାଗି ରହୁଥିଲା, ସେଠି ପାଲଟା ପରିସ୍ଥିତିର ସମ୍ମୁଖୀନ ହେଲା ଭାରତୀୟ କ୍ରିକେଟ୍ ଦଳ। ବଡ଼ ମ୍ୟାଚ୍‌ ଚାପରେ ଚାପି ହୋଇଯିବାର ଭୂତ ଏବେ ପୁଣି ଭାରତକୁ ଗୋଡ଼ାଇଲା। ନକ୍ ଆଉଟ୍‌ରେ ‘ନକ୍ ଆଉଟ୍‌’ ହୋଇଯିବା ଯେଭଳି ଭାରତୀୟ ଦଳ ଅଭ୍ୟାସରେ ପରିଣତ କରିଛି। ୨୦୦୩ ବିଶ୍ବକପ୍‌ ଫାଇନାଲ୍ ପରାଜୟର ପ୍ରତିଶୋଧ ସମ୍ଭବ ହୋଇପାରିଲା ନାହିଁ। ୧୨ ବର୍ଷ ପରେ ବିଶ୍ବକପ୍‌ ଏବଂ ୧୦ ବ‌ର୍ଷ ପରେ ଏକ ଆଇସିସି ଟ୍ରଫି ଜିତିବାର ଯେଉଁ ସୁବର୍ଣ୍ଣ ସୁଯୋଗ ଆସିଥିଲା ତାହା ଏତେ ସହଜରେ ଖସିଯିବ ବୋଲି ବିଶ୍ବାସ ହେଉନି। ରୋହିତ ଶର୍ମାଙ୍କ ଦଳର ଘରୋଇ ମାଟିରେ ବିଶ୍ବକପ୍‌ ଜିତିବାର ପ୍ରତିବଦ୍ଧତା ଫୁତ୍‌କାରରେ ଉଡ଼ିଗଲା। କଙ୍ଗାରୁ ଆଗରେ ବାଘ ଆତ୍ମସମର୍ପଣ କରିଯିବାରୁ ଏହି କ୍ରିକେଟ୍ ପାଗଳ ଦେଶ ଏକ ଜାତୀୟ ଅବସାଦ ମୁହାଁ ହୋଇଗଲା। ଦେଢ଼ ମାସ ଧରି ଭାରତକୁ କବଳିତ କରିଥିବା କ୍ରିକେଟ୍‌ ଜ୍ବର ବି ଗୋଟିଏ ରାତିରେ ଶେଷ ହୋଇଗଲା।

Related posts

ବିଶ୍ୱକପ ବିଜେତାଙ୍କ କ୍ରିକେଟରୁ ସନ୍ନ୍ୟାସ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

Odisha Sports Bureau

ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ

Odisha Sports Bureau