Wrestling

ରେସଲର ଯୌନ ନିର୍ଯାତନା ମାମଲାରେ ନୋଟିସ

ରେସଲର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୁଲିସକୁ ନୋଟିସ କଳେ ସୁପ୍ରିମକୋର୍ଟ । ରେସଲର ଯୌନ ନିର୍ଯାତନା ମାମଲାରେ ଗତ କିଛି ଦିନ ଧରି ଯନ୍ତରମନ୍ତର ଠାରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି । ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଭାରତର ଶୀର୍ଷସ୍ତରର କୁସ୍ତିବିତ୍ଙ୍କ ସହ ବାଳିକା କ୍ରୀଡ଼ାବିତ୍ମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ର ଦ୍ବାରସ୍ଥ ହୋଇଥିଲେ। ହେଲେ ଅଭିଯୁକ୍ତ ଜଣେ କ୍ଷମତାଶାଳୀ ତଥା ସାଂସଦ ହୋଇଥିବାରୁ ପୁଲିସ୍ ତାଙ୍କ ବିରୋଧରେ ଏତଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ନିକଟରେ ପୋଲିସ୍ର ନିଷ୍କ୍ରିୟତାକୁ ଦର୍ଶାଇଥିଲେ। ଯାହାକୁ ଆଧାର କରି ଅଭିଯୋଗ ହୋଇଛି, ଯଦି ସେଥିରେ ପୁଲିସ୍ ଚୁପ୍ ରହୁଛି, ତାହେଲେ ଏହି ମାମଲାରେ ସଂପୃକ୍ତ ପୁଲିସ୍ କର୍ମଚାରୀ ମଧ୍ୟ ଅଭିଯୁକ୍ତ ହେବେ ବୋଲି ଶିବଲ କହିଥିଲେ। ପରେ ଏହି ପିଟିସନ୍କୁ କୋର୍ଟ ଗ୍ରହଣ କରିବା ସହ ଅଭିଯୋଗଗୁଡ଼ିକ ଗୁରୁତର ବୋଲି ହୃଦ୍ବୋଧ କରିଥିଲେ। ତେଣୁ ଦିଲ୍ଲୀ ପୁଲିସ୍କୁ ନୋଟିସ୍ କରାଯିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର କରାଯିବାକୁ ଦିନ ଧାର୍ୟ୍ୟ ହୋଇଛି।

 

Related posts

କମନ ୱେଲଥ ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବରଙ୍କୁ ସ୍ୱର୍ଣ୍ଣ ପଦକ

ପୁନିଆଙ୍କ ସହିତ ଅନ୍ୟ ୪ ଖେଳାଳି ଫାଇନାଲରେ

Odisha Sports Bureau

ବାସନ୍ଦ ହେଲେ ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳି

Odisha Sports Bureau