Cricket

ଆଜି ଖେଳାଯିବ ଭାରତ ପାକିସ୍ତାନର ବାକି ରହିଥିବା ମ୍ୟାଚ

ଆଜି ଖେଳାଯିବ ରବିବାର ବାକିରହିଥିବା ଭାରତ ପାକିସ୍ତାନର ମ୍ୟାଚ । ଆଜି ମ୍ୟାଚ ଅପରାହ୍ନରେ ଖେଳାଯିବ । ଭାରତୀୟ ଦଳ ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ ।

ରବିବାର ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ୨୪.୧ ଓଭରରେ ୨ୱିକେଟ ହରାଇ ୧୪୭ରନ କରିଥିଲା । କଲମ୍ବୋରେ ପ୍ରବଳ ବର୍ଷା ହେବା ଯେଗୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳ ୫୦ ଓଭର ଖେଳ ଖେଳିବେ । କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିଲେ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ଆଜି ଦୁଇ ୱିକେଟ ବିନିମୟରେ ୧୪୭ ରନରୁ ଖେଳ ଆରମ୍ଭ କରିବ ଭାରତ ।

Related posts

ଭାରତ ଓ ପାକିସ୍ତାନ ମ୍ୟାଚ୍ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau

ଟ୍ରଫିରେ ୧୧ ହଜାର ରନ୍ ସଂଗ୍ରହକଲେ ୱାସିମ୍ ଜାଫର

Odisha Sports Bureau