Cricket

ବୁମାରଙ୍କ ପୁଅକୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି , ଭିଡିଓ ହେଉଛି ଭାଇରାଲ

ବାପା ବୁମରାଙ୍କୁ ଉପହାର ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ଶାହିନ ଆଫ୍ରିଦି । ବୁମରାଙ୍କ ପୁଅ ଅଙ୍ଗଦଙ୍କୁ ଉପହାର ଦେଇଛନ୍ତି ଆଫ୍ରିଦି । ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଏଥିପାଇଁ ନେପାଳ ବିପକ୍ଷ ମ୍ୟାଚ ଖେଳିନଥିଲେ ବୁମରା । ପରେ ଟିମକୁ ଫେରିଥିଲେ ବୁମରା । ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏବଂ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ କିଛି ଉପହାର ଦେଉଥିବା ପିସିବି ଟ୍ଵିଟର ହ୍ୟାଣ୍ଡେଲରେ ଦେଖିବାକୁ ମିଳିଛି । ଆଫ୍ରିଦି ବୁମରାଙ୍କୁ ବାପା ହେବାର ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଦେଖବାକୁ ମିଳିଛି ।

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚରେ ବର୍ଷା ଲଗାତାର ବାଧକ ସାଜୁଛି । ଲଗାତାର ବର୍ଷା ହେତୁ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସୁପର ଫୋର୍ ମ୍ୟାଚ୍ ରିଜର୍ଭ ଦିନକୁ ସ୍ଥଗିତ ରଖିବାକୁ ପଡିଥିଲା ।

Related posts

IPL ପରେ ଟିମ୍ ଇଣ୍ଡିଆର ବ୍ୟସ୍ତ ସୂଚୀ: ୩୦ ଦିନରେ ୧୦ଟି T20 ମ୍ୟାଚ୍

ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ନୂତନ ପ୍ରେମିକା

Odisha Sports Bureau

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

Odisha Sports Bureau