Cricket

କିକ୍ରେଟରୁ ସନ୍ୟାସ ନେଲେ ମାଲିଙ୍ଗା

(ଓଡିଶାସ୍ପୋର୍ଟସ୍): ଗତକାଲି ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ଶ୍ରୀଲଙ୍କା ୯୧ ରନରେ ପରାସ୍ତ କରିଛି । ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଶ୍ରୀଲଙ୍କାକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । କ୍ୟାରିୟରର ଅନ୍ତିମ ମ୍ୟାଚରେ ମାଲିଙ୍ଗା ୯.୨ ଓଭରରେ ୨ ଓଭର ମେଡେନ ନେଇ ମାଲିଙ୍ଗା ୩୮ ରନ ଦେଇଥିବା ବେଳେ ୩ ଜଣ ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ ଫେରାଇଥିଲେ ।
ମ୍ୟାଚ ପରେ ମାଲିଙ୍ଗା ଭାବୁକ ସ୍ୱରରେ କହିଛନ୍ତି, ମୁଁ ଭାବୁଛି, ଏହା ଭଲ ସମୟ ଏବଂ ମୋର ଅବସର ନେବାର ଦରକାର ଅଛି । ମୁଁ ବିଗତ ୧୫ ବର୍ଷ ହେଲା ଦେଶ ପାଇଁ କ୍ରିକେଟ ଖେଳିଛି । ମୁଁ ଭାବୁଛି ଏହା ଠିକ ସମୟ । ମୋତେ ଆଗକୁ ବଢ଼ିବାର ଅଛି କାରଣ ଆମକୁ ୨୦୨୩ ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୋତେ ଲାଗୁଛି ମୋର ସମୟ ଶେଷ ହୋଇଯାଇଛି ।
ବର୍ଷ ୨୦୦୪ରେ ୟୁଏଇ ବିପକ୍ଷରେ ପଦାର୍ପଣ କରିଥିବା ମାଲିଙ୍ଗା କହିଛନ୍ତି, ବିଜୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଆମେ ଯୁବ ଟିମ ଏବଂ ସବୁବେଳେ ଜିତିବା ଦରକାର ଅଛି । ଅଧିନାୟକ ମୋର ପୂରା କ୍ରିକେଟ କ୍ୟାରିୟର ସମୟରେ ମୋଠାରୁ ୱିକେଟ ଆଶା କରିଥିଲେ । ମୁଁ ସବୁବେଳେ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିଛି । ଏଥି ପାଇଁ ସଫଳ ମଧ୍ୟ ରହିଛି । ଏବେ ଯୁବ ବୋଲରଙ୍କୁ ମ୍ୟାଚ ଜିତିବା ପାଇଁ ପ୍ରଦର୍ଶନ କରିବାକୁ ହେବ । ତା’ ପରେ ଯାଇ ଲୋକେ କହିବେ ଶ୍ରୀଲଙ୍କା ମ୍ୟାଚ ୱିନର ।
ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରତ୍ନେ ମଧ୍ୟ ମାଲିଙ୍ଗାଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆମେ ମାଲିଙ୍ଗାଙ୍କୁ ବିଜୟର ପୁରସ୍କାର ଦେଇଛୁ । ଏବେ ଆମକୁ ତାଙ୍କ ସ୍ଥାନରେ ଅନ୍ୟ ଏକ ବୋଲର ଖୋଜିବାକୁ ପଡ଼ିବ ।

Related posts

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

Odisha Sports Bureau

ଧୂଳିସାତ୍ ହେଲା ଅଷ୍ଟ୍ରେଲିଆ ସ୍ଵପ୍ନ, ୧୭ ବର୍ଷ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା

Odisha Sports Bureau

୨୩ ବର୍ଷ ବୟସରେ ପାଦ ଥାପିଲେ ସ୍ମୃତି