Cricket

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

ଜୟପୁର: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ ଆଇପିଏଲ ଇତିହାସରେ ରଚିଉନ୍ତି ନୂଆ ରେକର୍ଡ । ଏପ୍ରିଲ ୧୦ ରେ ଖେଳାଯାଇଥିବା ଆଇପିଏଲ ସୃଷ୍ଟି କରିଛନ୍ତି ମାଇଲ ଖୁଣ୍ଟ । ସେ ଆଇପିଏଲରେ ୩୦୦୦ ରନ କ୍ଲବରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ଏହାସହ ଶୁଭମନ ଗିଲ ତାଙ୍କ ନାମ ଇଣ୍ଡିଆନ ପ୍ରିମିୟର ଲିଗର ରେକର୍ଡ ବୃକରେ କରିଛନ୍ତି ଏଣ୍ଟ୍ରି । ଏହି ରୋମାଞ୍ଚକର ମ୍ୟାଚରେ ୩ ୱାକେଟ ହରାଇ ଶେଷ ବଲରେ ଆଶ୍ଚର୍ଯ୍ୟଜନ ଭାବେ ବିଜୟୀ ହୋଇଛି ଗୁଜୁରାଟ ଟାଇଟାନ୍ସ । ମ୍ୟାଚରେ ପ୍ରଥମେ ଖେଳି ରାଜସ୍ଥାନ କରିଥିଲା ୧୯୬ ରନ । ତେବେ ଏହି ମ୍ୟାଚ ଜରିଆରେ ୨୪ ବର୍ଷୀୟ ଶୁଭମନ ଗିଲ ୩୦୦୦ ରନ ସ୍କୋର କରିବାରେ ବଡ ସଫଳତା ହସଲ କରିଛନ୍ତି । ତେବେ ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କିଙ୍ଗ କୋହଲି । ତେବେ ଏହି ରେକର୍ଡ ଭାଙ୍ଗି ଗିଲ ନିଜ ନାଁରେ କରିଛନ୍ତି ।ତେବେ ଆଇପିଏଲେରେ ୩୦୦୦ରନ ସ୍କୋର କରିଥିବା ଗିଲ ଖେଳିଛନ୍ତି ୯୪ ଟି ଇଂନିସ । ଏବେ ସେ ହୋଇଛନ୍ତି ୪ର୍ଥ ଦ୍ରୁତତମ ଖେଳାଳି ଯିଏକି ଆଇପିଏଲ ଇତିହାସରେ ସବୁଠାରୁ କମ ଇନିଂସରେ ୩୦୦୦ ରନ ସ୍କୋର କରିଛନ୍ତି ।

Related posts

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau

ଟିମ୍ ଇଣ୍ଡିଆର ନୂତନ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସାମନାରେ ବଡ ଆହ୍ୱାନ

ଏସ୍ ଶ୍ରୀସାନ୍ଥ ଏକାଡେମୀ ଖୋଲିବା ନାମରେ ଠକେଇ ଅଭିଯୋଗ :୧୮ ଲକ୍ଷ ଟଙ୍କା ଅଭିଯୋଗ

Odisha Sports Bureau