Cricket

ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ , ୭ ୱିକେଟରେ ପରାସ୍ତ ହେଲା ବାଙ୍ଗାଲୋର

ମୁମ୍ବାଇ:  ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ। ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ହାଟ୍ରିକ୍ ପରାଜୟ ପରେ ଏବେ ନିଜ ୱାଙ୍ଖଡେରେ ଦୁଇଟି ମ୍ୟାଚ୍ ଜିତି ଲୟକୁ ଫେରିଛି ଟିମ୍ । ଆଉ ୫ ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ବୁମରାଙ୍କ ପରେ ସୂର୍ଯ୍ୟ ଓ ଇଶାନଙ୍କ ବିଧ୍ଵଂସୀ ଇନିଂସ, ଆରସିବିକୁ ଶୋଚନୀୟ ଭାବେ ହରାଇଲା ମୁମ୍ବାଇ | ତେବେ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୧୯୬ ରନ କରିଥିଲା ଆରସିବି ।

ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍, ୭ ଚୌକା, ୫ ଛକା) ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୧୩୯ ରନ୍ ଥିଲା ବେଳେ ରୋହିତ (୩୮) ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ସୂର୍ଯ୍ୟ (୫୨, ୧୯ ବଲ୍, ୫ ଚୌକା, ୪ ଛକା) ଆଉଟ୍ ହେବା ପରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୨୧*, ୬ ବଲ୍, ୩ ଛକା) ଓ ତିଲକ ବର୍ମା (୧୬*, ୧୦ ବଲ୍, ୩ ଚୌକା) ଅପରାଜିତ ରହିଥିଲେ। ଆକାଶ ଦୀପଙ୍କୁ ଛକା ମାରି ହାର୍ଦିକ ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୱାଙ୍ଖଡେରେ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆର୍ସିବି ହାରାଇ ପାରିନାହିଁ। ଗତବର୍ଷ ମଧ୍ୟ ଏଠାରେ ଆର୍ସିବି ୧୯୯ ରନ୍ କରିବା ସତ୍ତ୍ବେ ୨୧ ବଲ୍ ପୂର୍ବରୁ ୬ ୱିକେଟ୍ରେ ହାରିଥିଲା।

Related posts

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

Odisha Sports Bureau

ଆଇପିଏଲ୍ ୨୦୨୬ରେ ଚେନ୍ନାଇର ବିଶାଳ ବିଜୟ

DC ବିକକ୍ଷରେ ଖେଳିବେ କି ଧୋନି? CSK ର ଦୁର୍ବଳ ପରିସ୍ଥିତି ମଧ୍ୟରେ ଆହତ ସମସ୍ୟା ଚିନ୍ତା ବଢ଼ାଇଲା