Cricket

ଯୁବରାଜ ; ପନ୍ତଙ୍କୁ ଟେଷ୍ଟ କ୍ରିକେଟର ଅଧିନାୟକ ଭାବରେ ପ୍ରସ୍ତୁତ କରାଯାଉ

ବ୍ୟୁରୋ : ଭାରତୀୟ କ୍ରିକେଟର ପୂର୍ବତନ ସଦସ୍ୟ ଯୁବରାଜ ସିଂ କହିଛନ୍ତି ଋିଷଭ ପନ୍ତ ହେଉଛନ୍ତି ଏବେକାର ଜଣେ ଉଦିୟମାନ ଯୁବ କ୍ରିକେଟର । ସେ ଭବିଷ୍ୟତରେ ଟେଷ୍ଟ ଦଳ ଅଧିନାୟକ ହୋଇପାରିବେ । ତାଙ୍କର ନେତୃତ୍ୱ ନେବାର କ୍ଷମତା ମଧ୍ୟ ରହିଛି । କିନ୍ତୁ ତାଙ୍କୁ ସେଥିପାଇଁ ପ୍ରସ୍ତୁତ କରିବାକୁ ପଡିବ ବୋଲି କହିଛନ୍ତି ଯୁବରାଜ । ଏବେ ଠାରୁ ଋିଷଭଙ୍କୁ ସମୟ ଦେବାକୁ ପଡିବ । ସୂଚନାନୁଯାୟୀ ଯୁବରାଜ ଆହୁରି ମଧ୍ୟ କହିଛନ୍ତି ପୂର୍ବତନ ଅଧିନାୟକ ଧୋନୀଙ୍କୁ ଅଧିନାୟକ କରାଯିବାର ସୁଫଳ ମଧ୍ୟ ମିଳିଛି ।

କିପରଙ୍କର ଗ୍ରାଉଣ୍ଡ ଉପରେ ସଂପୂର୍ଣ୍ଣ ଫୋକସ ରହିଥାଏ । ତେଣୁ ତାଙ୍କ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଯଦି ଋିଷଭ ଅଧିନାୟକ ହୁଅନ୍ତି ତେବେ ୧ବର୍ଷ ପର୍ଯ୍ୟନ୍ତ ତାଙ୍କ ଉପରେ କୋଣସି ଚାପ ପକାଇବ ନାହିଁ । ପନ୍ତ ୨୦୧୮ରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଇତି ମଧ୍ୟରେ ସେ ୩୦ଟି ମ୍ୟାଚ ଖେଳି ୧୯୨୦ ରନ କରିଛନ୍ତି । ଏଥିରେ ୪ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି ।

Related posts

ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ

Odisha Sports Bureau

ଆନିମଲ୍ ଲୁକ୍ ରେ ଥାଲ୍ଲା : ଭାଇରାଲ ହେଉଛି ମାହିଙ୍କ ନୂଆ ଭିଡିଓ

Odisha Sports Bureau

ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

Odisha Sports Bureau

Leave a Comment