Cricket

ନୀଳ ରଙ୍ଗର ୧୨ ନମ୍ବର ଜର୍ସି ପିନ୍ଧିବେ : ଯୁବରାଜ ସିଂହ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ସ ଦଳ ଯୁବରାଜ ସିଂହଙ୍କ ପାଇଁ ନୂଆ ଜର୍ସି ଏବଂ ତା’ର ସଂଖ୍ୟା ଉନ୍ମୋଚନ କରିଛି। ଏଥିରେ ଯୁବିଙ୍କୁ ୧୨ ନମ୍ବର ଜର୍ସି ମିଳିଛି। ଏଥର ଯୁବିଙ୍କ ଜର୍ସି ରଙ୍ଗ ବଦଳିଛି। ଯୁବି ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ନୀଳ ରଙ୍ଗର ଜର୍ସି ପରିଧାନ କରିବେ। କାରଣ ଏଥର ନିଲାମ ପ୍ରକ୍ରିୟାରେ ଦୁଇ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ତାଙ୍କ ମୂଳ ଦର ୧ କୋଟିରେ କିଣିଛି। ଏହା ପୂର୍ବରୁ ଯୁବି ଗତ ଆଇପିଏଲ୍‌ ସଂସ୍କରଣରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲା ବେଳେ ସେତେଟା ପ୍ରଭାବୀ ପ୍ରଦର୍ଶନ ଦେଇପାରିନଥିଲେ। କିନ୍ତୁ ଏଥର ନୂଆ ଦଳ ପାଇଥିବା ଯୁବି ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛନ୍ତି। ଯୁବିଙ୍କ ବ୍ୟାଟ୍‌ କଥା କହିବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବା‌ଇ ଚତୁର୍ଥ ଥର ପାଇଁ ଟ୍ରଫି ଜିତିବାର ଆଶା ରଖିଛନ୍ତି ଯୁବି । ଯୁବିଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟ ସିଂହଳୀ ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ଉପରେ ଏଥର ଆଶା ରଖିଛି।

Related posts

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

Odisha Sports Bureau

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

Odisha Sports Bureau