Tennis

ଅଷ୍ଟ୍ରେଲିଆ ଓପନରୁ ବାହାର ହେଲେ ପେସ୍

(ଓଡିଶା ସ୍ପୋର୍ଟସ): ଅନୁଭବି ଲିଏଣ୍ଡର ପେସ୍ ଏବଂ ତାଙ୍କର ଯୋଡିଦାର ୟେଲେନା ଓଷ୍ଟାପେଙ୍କୋ ମିଶ୍ରିତ ଯୁଗୋଳରୁ ବାହାର ହେବା ସହିତ ଭାରତୀୟ ଦିଗଜ୍ ଶେଷରେ ଅଷ୍ଟ୍ରେଲିଆ ଓପନ୍ ରେ ନିଜର ଯାତ୍ରା ଶେଷ ହୋଇଯାଇଛି । ପେସ୍ ଏବଂ ଲାଟବିଆଙ୍କ ଓଷ୍ଟାପେଙ୍କୋଙ୍କ ଯୋଡିଙ୍କୁ ବ୍ରିଟେନର ଜେମି ମୁରେ ଏବଂ ଆମେରିକାର ବେଥାନି ମାଟେକ୍ ସେଣ୍ଡସ୍ ସିଧା ସେଟ୍ ୬-୨, ୭-୫ରେ ପରାସ୍ତ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟର ଏହି ମ୍ୟାଚ୍ ୧ଘଣ୍ଟା ୭ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପେସ୍ ପ୍ରଥମରୁ ଘୋଷଣା କରିଦେଇଥିଲେ ୨୦୨୦ ପେଶୱର ସର୍କିଟ୍ ରେ ତାଙ୍କର ଶେଷ ବର୍ଷ ଅଟେ । ରୋହନ ବୋପନ୍ନା ଟାଇଟଲ୍ ଦୌଡରେ ଏକମାତ୍ର ଭାରତୀୟ ରହିଛନ୍ତି । ଏହି ୩୯ ବର୍ଷିୟ ଖେଳାଳି ଏବଂ ଉକ୍ରେନ୍ଙ୍କ ତାଙ୍କର ଯୋଡିଦାର ନାଦିଆ କିଚନୋକ ବୁଧବାର ଦିନ ମିଶ୍ରିତ ଯୁଗୋଳ କ୍ୱାଟର୍ସ ଫାଇନାଲରେ ନିକୋଲା ମେକଟିଚ୍ ଏବଂ ବାରବୋରା ଫ୍ରାଇଜକୋବାଙ୍କ ସହିତ ମୁକାବିଲା ହେବ ।

Related posts

ୟୁଏଏସସ୍ ଓପନର ପ୍ରଥମ ମ୍ୟାଚରେ ମେଡଭେଦବଙ୍କୁ ଭେଟିବେ ପ୍ରଜନେଶ୍

Odisha Sports Bureau

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

Odisha Sports Bureau

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau