More Sports

ଆଜିଠାରୁ ପିସିଏଲର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବ

(ଓଡିଶା ସ୍ପୋର୍ଟ): ସମଗ୍ର ବିଶ୍ୱରେ ପିସିଏଲର ପ୍ରସାରଣ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଏହାର ପ୍ରସାରଣ ଦାୟିତ୍ୱ ତୁଲାଉଥିବା ଆଇଏମଜି-ରିଲାଏନ୍ସ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏଥରୁ ଓହରି ଯାଇଥିଲା। ଦୁଇ ଦିନ ଧରି ପାକିସ୍ତାନ କ୍ରିକେଟ ବୋର୍ଡ ନୂଆ ପ୍ରାୟୋଜକ ଖୋଜିବାରେ ଲାଗିଥିବା ବେଳେ ଆଜି ତାକୁ ସଫଳତା ମିଳିଛି। ଏଣିକି ପିଏସ୍ଏଲ୍ର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବାକୁ ରାଜି ହୋଇଛନ୍ତି।
ଫେବୃଆରୀ ୨୦ରୁ ଅର୍ଥାତ ଆଜିଠାରୁ ହିଁ ଏହି ନୂଆ ପାର୍ଟନରମାନେ ପ୍ରସାରଣ କାର୍ୟ୍ୟ ଆରମ୍ଭ କରିବେ। ପୂର୍ବରୁ ଯେଉଁଭଳି ଢଙ୍ଗରେ ମ୍ୟାଚ୍ର ପ୍ରସାରଣ କରାଯାଉଥିଲା ଏହି ଦୁଇ ସଂସ୍ଥା ଅନୁରୂପ ଭାବେ ମ୍ୟାଚ୍ଗୁଡ଼ିକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବେ।”
ପାକିସ୍ତାନ କ୍ରିକେଟ ବୋର୍ଡ ଆଜି କହିଛି ଯେ ବ୍ଲିଜ ଓ ଟ୍ରାନ୍ସ ଗ୍ରୁପ ପିଏସଏଲ୍ ୨୦୧୯ର ନୂଆ ଲାଇଭ୍ ପ୍ରଡକ୍ସନ୍ ପାର୍ଟନର ହୋଇଛନ୍ତି। ବ୍ଲିଜ କନସର୍ଟିୟମ ପାକିସ୍ତାନ କ୍ରିକେଟ ବୋର୍ଡର ବ୍ରଡକାଷ୍ଟର ପାର୍ଟନର ହୋଇଥିବା ବେଳେ ଟ୍ରାନ୍ସ ଗ୍ରୁପ୍ ଇଭେଣ୍ଟ ମ୍ୟାନେଜମେଣ୍ଟ ପାର୍ଟନର ଦାୟିତ୍ୱ ନେଇଛି।

Related posts

ଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍

୬ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମୁଷ୍ଟିଯୋଦ୍ଧା

Odisha Sports Bureau

କରୋନା ପାଇଁ ୟୁରୋ ,କୋପା ଚାମ୍ପିୟନଶିପ ସ୍ଥଗିତ

Odisha Sports Bureau