Cricket

ଆଜି ଇଣ୍ଡିଆ- ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ମ୍ୟାଚ ବିଶିଷ୍ଟ ଦିନିକିଆର ଆଜି ଦ୍ୱିତୀୟ ମୁକାବିଲା । ବିଶାଖାପାଟଣାର ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଅପରାହ୍ନରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ମ୍ୟାଚ ପରେ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ବାରମ୍ବାର ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ୍ ଆଉ ଏକ କଠିନ ପରୀକ୍ଷାର ସମ୍ମୁଖୀନ ହେବ । ଗୌହାଟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଇଣ୍ଡିଜ୍ ୩୨୨ ରନର ବଡ ସ୍କୋର କରିବା ସତ୍ୱେ ପରାଜିତ ହୋଇଥିଲା । ଅଧିନାୟକ ବିରାଟ କୋହଲି ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମାଙ୍କ ନିର୍ମମ ପ୍ରହାର ସହ ୱେଷ୍ଟଇଣ୍ଡିଜ୍ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ।

ବିଶାଖାପାଟଣାରେ ଭାରତୀୟ ବୋଲର ଗୌହାଟୀ ଅପେକ୍ଷା ଭଲ ବୋଲିଂ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ଅପର ପକ୍ଷେ ଏହି ମ୍ୟାଚ୍ ଭାରତ ପାଇଁ ରହିଛି ବହୁତ ଖାସ୍ । କାରଣ ଭାରତର ଏହା ହେଉଛି ୯୫୦ ତମ ଦିନିକିଆ ମ୍ୟାଚ୍। ଚତ୍ମକାର ଫର୍ମରେ ଥିବା ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ବଳରେ ଏଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଭାରତ ନିଜର ଲକ୍ଷ୍ୟ ବଜାୟ ରଖିବାକୁ ଚେଷ୍ଟା କରିବ। ଭାରତୀୟ ଅଧିନାୟକ ଯଦି ଏହି ମ୍ୟାଚରେ ୮୧ ରନ କରନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ସବୁଠୁ କମ ପାଳିରେ ୧୦ ହଜାର ରନ ପୂରା କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିବେ। ତେନ୍ଦୁଲକର ୨୫୯ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୨୦୪ ଇନିଂସରୁ ୯୯୧୯ ରନ କରିଛନ୍ତି।

Related posts

ଟି-୨୦ ବିଶ୍ୱକପ୍: ଆଇସିସିର ପ୍ରତିକ୍ରିୟା ସତ୍ତ୍ୱେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ, କହିଲା ଭାରତ ଆମକୁ ଅପମାନିତ କରିଛି

Odisha Sports Bureau

ରାମ୍ଭିକଟାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସ

Odisha Sports Bureau