Cricket

ଆଜି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବ ବିଗ ଫାଇଟ୍

ଅହମ୍ମଦାବାଦ: ଆଇପିଏଲ ୨୦୨୪ ର ଆଜି ଖେଳା ଯିବ ୬୩ ତମ ମ୍ୟାଚ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ବିଗ୍ ଫାଇଟ । କୋଲକାତା ଟିମ୍ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଏ କରିଥିବା ବେଳେ ଗୁଜରାଟ ଟିମ୍ ଆଜିରମ୍ୟାଚ୍ ଜିତି ପ୍ଲେ-ଅଫ୍ ପାଇଁ ନିଜକୁ ରେସ୍ ରେ ରଖିବାକୁ ଚାହିଁବ । ବର୍ତ୍ତମାନ ଯାଏଁ କୋଲକାତା ନାଇଟ୍ ରାଇଡର୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । କୋଲକାତା ନାଇଟ୍ ରାଇଡର୍ସ ଚଳିତ ଟୁର୍ଣ୍ଣା ମେଣ୍ଟରେ ପ୍ରଥମ ଦଳ , ଯିଏ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଇ କରିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳ ଦମଦାର ପ୍ରଦର୍ଶନ କରୁଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫମରେ ରହିଛି । ଯାହାକି ବିରୋଧୀ ଟିମ୍ ପାଇଁ ଚିନ୍ତା ର କାରଣ ପାଲଟିଛି । ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଏବେ ପର୍ଯ୍ୟନ୍ତ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚରେ ପରାସ୍ତ ହୋଇଛି । ଦଳ ଏବେ ୧୦ ଅଙ୍କ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ଏବେବି ଦଳ ପ୍ଲେ-ଅଫ୍ ରେସ୍ ରେ ରହିଛି । ତେଣୁ ଆଗକୁଯିବାକୁହେଲେ ଆଜିର ମ୍ୟାଚରେ ବିଜୟୀ ହେବା ଆବଶ୍ୟକ ହୋଇପଡିଛି । ଚଳିତ ବର୍ଷ ଦଳ ଆଖିଦୃ ଶିଆ ପ୍ରଦର୍ଶନ କରିପାରି ନାହିଁ । ଯାହାକି ଦଳପାଇଁ ଚିନ୍ତାର ବିଷୟ ପାଲଟିଛି ।
ତେବେ ସୂଚନା ଅନୁଯାୟୀ, ପଏଣ୍ଟ ଟେବୁଲର ଟପରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ପର୍ଯ୍ୟନ୍ତ ୧୨ଟି ମୁକାବିଲା ଖେଳିଥିବା ବେଳେ ୯ଟିରେ ବିଜୟୀ ହୋଇଛି ଏବଂ ୩ଟିରେ ପରାସ୍ତ ହୋଇଛି । ତେଣୁ ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲର ଟପରେ ରହିଛି । ଏହା ପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳି ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ତେଣୁ ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛିହି ଛିଚେନ୍ନାଇ ସୁପରସୁ କିଙ୍ଗସ୍ । ଦଳ ଏବେ ସୁଦ୍ଧା ସୁ ୧୩ଟି ମୁକା ମୁ ବିଲା ଖେଳିଛି । ଯେଉଁଥିଉଁରେଥି ୭ଟିରେ ବିଜୟୀ ହୋଇଥିବା ଥି ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି ।

Related posts

ଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ

Odisha Sports Bureau

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

Odisha Sports Bureau

ଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

Odisha Sports Bureau

Leave a Comment