Cricket

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

(ଓଡିଶା ସ୍ପୋର୍ଟ): ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ରେ ବିଜୟୀ ହେବା ପରେ ଏବେ ଟିମ୍‌ ଇଣ୍ଡିଆର ଫୋକସ ଟି-୨୦ ସିରିଜ୍‌ ଉପରେ । ତିନି ମ୍ୟାଚ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି େଓ୍ଵଲିଂଟନ୍‌ରେ ଖେଳାଯିବ ।

ଟି-୨୦ରେ ମଧ୍ୟ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଦଳକୁ ଓ୍ଵିକେଟ୍‌ କିପର/ବ୍ୟାଟ୍ସମ୍ୟାନ୍‌ ୠଷଭ ପନ୍ତ ଏବଂ ବୋଲର୍‌ ଖଲିଲ ଅହମଦ ଫେରିଛନ୍ତି । ଏବେ ଦେଖିବାର କଥା ଫର୍ମରେ ଥିବା ଧୋନି ଓ ପନ୍ତଙ୍କ ଭିତରୁ କାହାକୁ କି ଦାୟିତ୍ୱ ମିଳୁଛି । ସେପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନିଜ ଜାଗା ପକ୍କା କରି ସାରିଛନ୍ତି । ଏପଟେ ଦଳକୁ ଆସିଛନ୍ତି ତାଙ୍କ ବନ ଭାଇ କ୍ରୁନାଲ ପାଣ୍ଡ୍ୟା । ଏବେ ଦେଖିବାର କଥା ଦୁଇ ଭାଇଙ୍କୁ ଏକା ସାଙ୍ଗରେ ସୁଯୋଗ ମିଳୁଛି କି ନାହିଁ ।
ସେପଟେ ଆହତ ଥିବା ମାର୍ଟିନ୍‌ ଗପ୍‌ଟିଲ ନ୍ୟୁଜିଲାଣ୍ଡ ଦଳରେ ନାହାନ୍ତି । ଯାହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଜିମ୍ମି ନିସମ ଖେଳିବେ । ଏହା ସହିତ କିଛି ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବ ।

ଦ୍ୱିତୀୟ ଟି-୨୦ ଅକଲାଣ୍ଡର ଇଡେନ୍‌ ପାର୍କରେ ୮ ତାରିଖ ଦିନ ଏବଂ ତୃତୀୟ ମ୍ୟାଚ୍‌ ୧୦ ତାରିଖରେ ହାମିଲଟନ୍‌ରେ ଖେଳାଯିବ । ଆସନ୍ତା କାଲିର ମ୍ୟାଚ୍‌ ଭାରତୀୟ ସମୟ ଦିନ ୧୨.୩୦ରୁ ଖେଳାଯିବ । ଦିନ ୧୨ଟାରେ ଟସ୍‌ ପଡ଼ିବ । ତେବେ ମାତ୍ର ୫ ଦିନ ଭିତରେ ୩ଟି ମ୍ୟାଚ୍‌ ଅବଶ୍ୟ ଉଭୟ ଦଳ ପାଇଁ କଷ୍ଟକର ହେବ ।

Related posts

ଟିମ୍ ଇଣ୍ଡିଆକୁ ମିଳିପାରେ ବଡ ଝଟକା; ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ କଷ୍ଟସାଧ୍ୟ

Odisha Sports Bureau

କୋହଲିଙ୍କୁ ପ୍ରଶଂସା କଲେ ବୋଲର ମିଚେଲ୍ ଷ୍ଟାର୍କ

Odisha Sports Bureau

ଦ୍ୱିତୀୟ ଦିନିକିଆରେ ଏହି ନୂଆ ଚେହେରାକୁ ମିଳିବ ମୌକା, ଅର୍ଶଦୀପ ସିଂହ ହେବେ ବିଦା

Odisha Sports Bureau