Cricket

ଆସନ୍ତାକାଲି ଭାରତ – ଶ୍ରୀଲଙ୍କା ଟି୨୦

(ଓଡ଼ିଶା ସ୍ପୋର୍ଟ) : ଆସନ୍ତାକାଲି ଭାରତ ଓ ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳାରୁ ନିଜର ୨୦୨୦ ଅଭିଯାନ ଆରମ୍ଭ କରିବେ। ରବିବାର ବରସାପରା କ୍ରିକେଟ୍ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ଶୃଙ୍ଖଳାରେ ସଭିଙ୍କ ନଜର ଦୁଇ ପ୍ରମୁଖ ଖେଳାଳି ଶିଖର ଧାଓ୍ଵନ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ। ଏହି ଦୁଇ ଖେଳାଳି ଆଘାତ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଜିତିବା ପରେ ଦଳ କିଛି ଦିନ ବିରତି ନେଇଥିଲା। ଏବେ ଦଳ ନୂତନ ବର୍ଷର ଆରମ୍ଭ ବିଜୟରୁ କରିବାକୁ ଚାହିଁବ। ଶ୍ରୀଲଙ୍କାର ସଂପ୍ରତି ଦଳକୁ ଦେଖିଲେ ଏଥିରେ ଭାରତର ପଲ୍ଲା ଭାରି ରହିଛି। ମାତ୍ର ଟି-୨୦ ଖେଳର ଏହି ଛୋଟ ଫର୍ମାଟରେ କୌଣସି ବି ଦଳ କୌଣସି ବି ପରିସ୍ଥିତିରେ ହରାଇବାର କ୍ଷମତା ରଖିଥାନ୍ତି।
ଅନ୍ୟପଟେ ବ୍ୟାଟସମ୍ୟାନ ଲୋକେଶ ରାହୁଲଙ୍କ ପାଇଁ ମଧ୍ୟ ଦଳରେ ପୁଣି ଥରେ ନିଜର ଉପଲବ୍ଧିକୁ ସାବ୍ୟସ୍ତ କରିବାର ଆଉ ଏକ ସୁଯୋଗ ମିଳିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଡାହାଣହାତୀ ବ୍ୟାଟସମ୍ୟାନ ରୋହିତଙ୍କ ସହ ମିଶି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଧାଓ୍ଵନଙ୍କ ସହିତ ତାଙ୍କୁ ନିଜର ଏହ ଫର୍ମ ଜାରି ରଖିବାକୁ ପଡ଼ିବ। ଏହା ସହିତ ବ୍ୟକ୍ତିଗତ ଭାବେ ଦଳର ତୃତୀୟ ଓପନର ଭାବେ ନିଜର ଦାବିଦାର ଆହୁରି ମଜବୁତ କରିବାକୁ ପଡ଼ିବ।
ପୂର୍ବପରି ଏହି ଶୃଙ୍ଖଳାରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ବ୍ୟାଟିଂର ମଧ୍ୟ ପରୀକ୍ଷା ହେବାର ଅଛି। ଏହା ଦେଖିବା ବାକି ରହିଲା ଯେ କଣ ସଞ୍ଜୁ ସାମସନ ଡ୍ରେସିଂ ରୁମରେ ବସିବେ ନା ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦିଆଯିବ।
ସମ୍ଭାବିତ ଦଳ
ଭାରତ- ବିରାଟ କୋହଲି(ଅଧିନାୟକ), ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ଶିଖର ଧାଓ୍ଵନ, ଶିବମ ଦୁବେ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଲୋକେଶ ରାହୁଲ, ନବଦୀପ ସାଇନି, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାର୍ଦ୍ଦୁଳ ଠାକୁର, ଓ୍ଵାଂଶିଟନ ସୁନ୍ଦର।
ଶ୍ରୀଲଙ୍କା- ଲସିଥ ମାଲିଙ୍ଗା(ଅଧିନାୟକ), ଧନଞ୍ଜୟ ଡି ସିଲଭା, ଓ୍ଵାନିନ୍ଦୁ ହସାରଙ୍ଗା, ନିରୋସେନ ଡିକଓ୍ଵାଲେ(ଓ୍ଵିକେଟ୍ କିପର), ଓସାଡା ଫର୍ଣ୍ଣାଡୋ, ଦାନୁଷ୍କା ଗୁଣାଥିଲକା, ଲାହିରୁ କୁମାରା, ଆଞ୍ଜେଲୋ ମାଥ୍ୟୁସ୍, କୁସଲ ମେଣ୍ଡିସ୍, କୁଶଲ ପେରେରା, ଭାନୁକା ରାଜାପାକ୍ଷେ, କାସୁନ ରାଜିଥା, ଲକ୍ଷ୍ମଣ ସନ୍ଦକାନା, ଦାସୁନ ଶନକା, ଇସୁରୁ ଉଦାନା।

Related posts

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

Odisha Sports Bureau

ଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳ

Odisha Sports Bureau

ରୋହିତ ଶର୍ମା ଏବଂ ଜୟ ଶାହଙ୍କ ଉପସ୍ଥିତିରେ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ