Cricket

ଇନଷ୍ଟାଗ୍ରାମ କିଙ୍ଗ କୋହଲି

(ଓଡିଶା ସ୍ପୋର୍ଟ): ଭାରତୀୟ ଟିମର ନମ୍ବର ୧ ଖେଳାଳି ବିରାଟ କୋହଲି ଏବେ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ ଅଛନ୍ତି । କୋହଲିଙ୍କ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟର ଇନ୍କମର ଖୁଲାସା ହୋଇଯାଇଛି । ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି ଇନଷ୍ଟାଗ୍ରାମରୁ ଲକ୍ଷାଧିକ ଟଙ୍କା ପାଉଛନ୍ତି । ଇନଷ୍ଟାଗ୍ରାମର ଧନୀ ତାଲିକାରୁ ଏହାର ଖୁଲାସା ହୋଇଛି ।

ବିରାଟ୍ କୋହଲି ଏକମାତ୍ର କ୍ରିକେଟର୍ ଭାବେ ଇନଷ୍ଟାଗ୍ରାମ୍ ଧନୀ କ୍ରୀଡ଼ାବିତଙ୍କ ତାଲିକାର ଟପ୍-୧୦ରେ ସ୍ଥାନ ପାଇଛନ୍ତି। ଏହି ଲିଷ୍ଟରେ ବିରାଟ୍ ନବମ ସ୍ଥାନରେ ଅଛନ୍ତି। ତେବେ ତାଲିକାର ଶୀର୍ଷରେ ଅଛନ୍ତି ପର୍ତ୍ତୁଗାଲ୍ ଫୁଟବଲ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ତାଲିକାର ଶୀର୍ଷ-୩ରେ ଫୁଟବଲର କବଜା କରିଛନ୍ତି। ରୋନାଲ୍ଡୋଙ୍କ ପରେ ବ୍ରାଜିଲ୍ ଫୁଟବଲର ନେମାର ଏବଂ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଅଛନ୍ତି।

ବିରାଟ କୋହଲିଙ୍କୁ ଗୋଟିଏ ପୋଷ୍ଟ ପାଇଁ ୧୫୮୦୦୦ ପାଉଣ୍ଡ(୧୩୫୭୩୪୦ ଟଙ୍କା) ମିଳୁଛି । ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୩.୬ କୋଟି ଫଲୋଅର୍ସ ଅଛନ୍ତି।

ସେହିପରି କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କୁ ଗୋଟିଏ ପୋଷ୍ଟ ପାଇଁ ୭୮୪୦୦୦ ପାଉଣ୍ଡ ମିଳୁଛି । ନେମାର ଓ ମେସୀ ଯଥାକ୍ରମେ ୫୮୦୦୦୦ ଓ ୫୨୧୦୦୦ ପାଉଣ୍ଡ ସହିତ ତାଲିକାର ଦ୍ୱିତୀୟ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହି ତାଲିକାରେ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ୍ ବେକହାମ୍ ଚତୁର୍ଥ, ବାସ୍କେଟବଲ୍ ଖେଳାଳି ଲିବ୍ରନ୍ ଜେମ୍ସ ପଞ୍ଚମ, ବ୍ରାଜିଲ୍ ଫୁଟବଲର ରୋନାଲଡିନୋ ଷଷ୍ଠ, ପୁଟବଲର ଗ୍ୟାରେଥ ବେଲ୍ ସପ୍ତମ, ଫୁଟବଲର ଜ୍ଲାଟାନ୍ ଇବ୍ରାହିମୋଭିକ୍ ଅଷ୍ଟମ ଏବଂ ଫୁଟବଲର ଲୁଇସ୍ ସୁଆରେଜ୍ ଦଶମ ସ୍ଥାନରେ ଅଛନ୍ତି।

Related posts

ଅବସରକୁ ନେଇ ମୁହଁ ଖୋଲିଲେ ଧୋନି

Odisha Sports Bureau

ଦକ୍ଷିଣ ଆଫ୍ରିକା ପାଇଁ ବୋଝ ପାଲଟିଲେ ଅଧିନାୟକ ବଭୁମା;ସମଗ୍ର ଟୁର୍ନାମେଣ୍ଟରେ ହାସଲ କରିପାରିଲେ ନାହିଁ ଅର୍ଦ୍ଧଶତକ

Odisha Sports Bureau

ସୌରଭ ଗାଙ୍ଗୁଲି ଟାଇଗର୍ସ ଅଫ୍ କୋଲକାତାରେ ସହ-ମାଲିକ ଏବଂ ପରାମର୍ଶଦାତା ଭାବରେ ଯୋଗ ଦେଇଛନ୍ତି

Odisha Sports Bureau