Football

ଏସିଆନ୍ କପ୍ ଫୁଟବଲ କାତାର ଚାମ୍ପିୟନ

(ଓଡିଶା ସ୍ପୋର୍ଟ): ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ମଧ୍ୟପ୍ରାଚ୍ୟ ଦେଶ କାତାର ପ୍ରଥମଥର ପାଇଁ ଏସିଆନ୍ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫେଭରାଇଟ୍ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିଛି। କାତାର ପକ୍ଷରୁ ଦ୍ୱାଦଶ ମିନିଟ୍ରେ ଅଲମୋଏଜ ଅଲୀ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୨୭ତମ ମିନିଟରେ ଅବଦୁଲଅଜିଜ୍ ହାତେମ ଗୋଲ ଦେଇ କାତାରକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୬୯ତମ ମିନିଟ୍ରେ ଜାପାନର ତାକୁମି ମିନାମିନୋ ଗୋଲ ସ୍କୋର କରିଥିଲେ। ଶେଷରେ ୮୩ତମ ମିନିଟରେ ଆକ୍ରମ ଅଫିଫ୍ ପେନାଲ୍ଟି ଜରିଆରେ ଗୋଲ ଦେଇ କାତାରକୁ ୩-୧ ଗୋଲରେ ବିଜୟୀ କରାଇଥିଲେ। ଏଥିସହିତ ପ୍ରଥମ ଖେଳାଳିଭାବେ ଅଲୀ ଟୁର୍ନାମେଣ୍ଟରେ ମୋଟ ନବମ ଗୋଲ ସ୍କୋର କରି ଇରାନର ଅଲୀ ଡାଏଇଙ୍କୁ ପଛରେ ପକାଇଛନ୍ତି। ୧୯୯୬ ଡାଏଇ ୮ଟି ଗୋଲ ସ୍କୋର କରି ରେକର୍ଡ କରିଥିଲେ। ପୂର୍ବରୁ ଜାପାନ ୪ଥର ଟାଇଟଲ ହାସଲ କରି ସଫଳତା ଦଳ ସାବ୍ୟସ୍ତ ହୋଇଥିଲା। ତେବେ ଏଥର ଜାପାନର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଛି। ଏହି ଟୁର୍ନାମେଣ୍ଟରେ ଭାରତ ଗ୍ରୁପ୍ ଏ’ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ୩ ପଏଣ୍ଟ ପାଇ ନିମ୍ନରେ ରହିବା ସହ ବିଦାୟ ନେଇଥିଲା।

Related posts

ଆଜି ଅଲିମ୍ପିକ କ୍ୱାଲିଫାୟ ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau

ଚୀନରେ ମେସିଙ୍କୁ ଦେଖିବା ପାଇଁ ଟିକେଟର ଦାମ୍ ୨ ଲକ୍ଷ ଟଙ୍କା