Football

ନେରୋକା ୩-୨ ଗୋଲ୍ ରେ ବିଜୟୀ

(ଓଡିଶା ସ୍ପୋର୍ଟ): ଆରୋଜ୍ ବିପକ୍ଷରେ ନେରୋକାର ଏହା ଦ୍ବିତୀୟ ବିଜୟ । କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ୨-୩ ଗୋଲ୍ ରେ ନେରୋକା ଏଫ୍ସିଠୁ ପରାସ୍ତ ହୋଇଛି। ବିଜୟ ସହ ନେରୋକା ୧୫ ମ୍ୟାଚ୍ରୁ ୨୫ ପଏଣ୍ଟ୍ ପାଇ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ଶୁକ୍ରବାର ମ୍ୟାଚ୍  ୩୫ତମ ମିନିଟ୍ ରେ ବୋରିସ ସିଂହ ଥାଙ୍ଗଜାମ ଗୋଲ୍ ଦେଇ ଆରୋଜକୁ ଆଗୁଆ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହି ନଥିଲା। ଏହାର ମାତ୍ର ୪ ମିନିଟ୍ ପରେ ନେରୋକାର ଜାପାନୀ ଖେଳାଳି କାସୁମି ଉସାଙ୍କ ଏକ ପାସ୍କୁ ନାଇଜେରିଆ ତାରକା ଫେଲିକ୍ସ ଓଦିଲି ଚିଡି (୩୯ ମିନିଟ୍) ଗୋଲ୍ ପୋଷ୍ଟ୍ ପଠାଇ ସ୍ଥିତି ୧-୧ ସ୍ତରକୁ ଆଣିଥିଲେ। ପ୍ରଥମାର୍ଧ ୧-୧ରେ ସରିବା ପରେ ଦ୍ବିତୀୟାର୍ଧରେ ରୋହିତ ଦାନି (୬୨ ମିନିଟ୍)ଙ୍କ ଗୋଲ୍ ରେ ଆରୋଜ୍ ପୁଣି ଆଗୁଆ ହୋଇଯାଇଥିଲା। ନେରୋକାର ପ୍ରଥମ ଗୋଲ୍ରେ ଭାଗୀଦାରି ରଖିଥିବା କାସୁମି (୬୮ ମିନିଟ୍) ଏକ ସୁନ୍ଦର ହେଡ୍ ଜରିଆ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ସ୍ଥିତି ପୁଣି ସାମନସ୍ତରକୁ ଆଣିଥିଲେ। ୮୭ତମ ମିନିଟ ରେ ନେରୋକାକୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ନେରୋକାର ମଧ୍ୟଭାଗ ଖେଳାଳି କାସୁମି ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ଏଥି ସହ ସେ ମଧ୍ୟ ଦଳର ୩ ଗୋଲ୍ ରେ ନିଜର ଭାଗୀଦାରି ରଖିଥିଲେ ଏବଂ ଦଳକୁ ୩-୨ ବିଜୟ ଭେଟି ଦେଇଥିଲେ। ହେଲେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଆରୋଜର ବୋରିସ୍ ସିଂହ ଥାଙ୍ଗଜାମ୍ଙ୍କୁ ‘ହିରୋ ଅଫ୍ ଦି ମ୍ୟାଚ୍’ ପୁରସ୍କାର ମିଳିଥିଲା।

Related posts

ମେସିଙ୍କ ନୁଆ ରେକର୍ଡ

Odisha Sports Bureau

ଫିଫା ବିଶ୍ୱକପ୍ : ଆଜିଠାରୁ ନକ୍ ଆଉଟ ରାଉଣ୍ଡ

Odisha Sports Bureau

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ