Wrestling

ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ସ୍ୱର୍ଣ୍ଣ ପଦକ

(ଓଡିଶା ସ୍ପୋର୍ଟ): ପୁଣି ଭାରତ ପାଇଁ ଗୌରବ । ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ୩ଟି ପଦକ ମିଳିଛି । ଦିବ୍ୟା କାକରାନ, ସରିତା ମୋର ଏବଂ ପିଙ୍କ ଗତ ଗୁରୁବାର ଦିନ ନିଜ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦିବ୍ୟା କାକରନ ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ମହିଳା ମଲଯୋଦ୍ଧା। ଦିବ୍ୟା ଖୁବ୍ ସୁନ୍ଦର ପ୍ରଦର୍ଶନ କରି ୫ ଜଣ ମଲଯୋଦ୍ଧାଙ୍କୁ ୬୮କି.ଗ୍ରା ରେ ନିଜର ସମସ୍ତ ଚାରଟି ପର୍ୟ୍ୟାୟରେ ବିଜୟ ହୋଇଥିଲେ।

ଦିବ୍ୟାଙ୍କ ପରେ ପିଙ୍କି ମହିଳାଙ୍କ ୫୫ କିଲୋ ବର୍ଗରେ ଦେଶକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସେ ଫାଇନାଲରେ ଦୁଲ୍ଗୁନ ବୋଲୋରମାଙ୍କୁ ୨-୧ ରେ ପରାଜୟ କରିଛନ୍ତି। ଏହି ବିଜୟ ସହ ପିଙ୍କି ଚାମ୍ପିୟନସିପ୍ ଇତିହାସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ତୃତୀୟ ଭାରତୀୟ ମହିଳା। ପିଙ୍କି ମରୀନା ଜୁୟେଓ୍ଵାଙ୍କୁ ସେମିଫାଇନାଲରେ ୬-୦ରେ ହରାଇଥିଲେ। କେବଳ ଏତିକି ନୁହେଁ ସରିତା ମୋର (୫୯କିଗ୍ରା) ଏବଂ ନିର୍ମଲା ଦେବୀ (୫୦ କିଗ୍ରା) ନିଜ ନିଜ ବର୍ଗର ଫାଇନାଲରେ ପହଞ୍ଚି ରଜତ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ସିନିୟର ଏସିଆ ଚାମ୍ପିୟନସିପ୍ ମହିଳା ବର୍ଗରେ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ନଓ୍ଵଜୋତ କୌର ୨୦୧୮ ମସିହାରେ ହାସଲ କରିଥିଲେ।

Related posts

ପ୍ରତିବାଦ ଶେଷ କରି ଆଇନ-ଶୃଙ୍ଖଳା ଉପରେ ବିଶ୍ୱାସ ରଖ: ଅନୁରାଗ ଠାକୁର

ରେସଲର ଯୌନ ନିର୍ଯାତନା ମାମଲାରେ ନୋଟିସ

Odisha Sports Bureau

ୟୁ-ଟର୍ଣ୍ଣ ନେଲେ ଭିନେଶ ଫୋଗାଟ… ଅବସର ପରେ ଫେରିବାକୁ ନିଷ୍ପତ୍ତି ନେଲେ, ଅଲିମ୍ପିକ୍ କ୍ଷେତ୍ରକୁ ଫେରିବେ

Odisha Sports Bureau