Football

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

(ଓଡିଶା ସ୍ପୋର୍ଟ): ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେଶନ ପକ୍ଷରୁ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ସଂସ୍କରଣ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।। ମାର୍ଚ୍ଚ ୧୫ରୁ ଏପ୍ରିଲ ୧୩ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ଫୁଟବଲର ଏହି ମହାପର୍ବ। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ରବିବାର ପ୍ରକାଶିତ କାର୍ୟ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇଦିନଧରି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୨୯ରୁ ଆରମ୍ଭ ହେବ ପ୍ରି-କ୍ୱାର୍ଟର ଫାଇନାଲ। କ୍ୱାର୍ଟର ଫାଇନାଲ ଏପ୍ରିଲ ୪ରୁ ୭, ସେମିଫାଇନାଲ ୯ ଓ ୧୦ ଏବଂ ଫାଇନାଲ ଏପ୍ରିଲ ୧୩ରେ ଅନୁଷ୍ଠିତ ହେବ।

ଆଇ-ଲିଗ୍ ଏବଂ ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ର ଶ୍ରେଷ୍ଠ ୬ଟି ଲେଖାଏ ଦଳ ସିଧା ପ୍ରି-କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୨ଟି ଲିଗ୍ର ନିମ୍ନ ର଼୍ୟାଙ୍କ୍ପ୍ରାପ୍ତ ୪ଟି ଲେଖାଏ ଦଳ ଯୋଗ୍ୟତା ପର୍ୟ୍ୟାୟ ଖେଳିବେ। ସେଥିରୁ ୪ଟି ଦଳ ପୂର୍ବ ୧୨ ଦଳ ସହ ଯୋଗଦେବେ। ସେହି ଅନୁସାରେ ଆଇ-ଲିଗ୍ରୁ ଚାମ୍ପିୟନ ଚେନ୍ନାଇ ସିଟି, ଇଷ୍ଟ ବେଙ୍ଗଲ, ରିୟଲ କଶ୍ମୀର, ଚର୍ଚ୍ଚିଲ ବ୍ରଦର୍ସ ଓ ମୋହନ ବାଗାନ ଏବଂ ଆଇଏସଏଲରୁ ବେଙ୍ଗାଲୁରୁ ଏଫସି, ଗୋଆ ଏଫସି, ନର୍ଥ ଇଷ୍ଟ ୟୁନାଇଟେଡ, ମୁମ୍ବାଇ ସିଟି, ଜାମସେଦପୁର ଏଫସି ଓ ଆଟଲେଟିକୋ ଡି କୋଲକାତା(ଏଟିକେ) ସିଧା ମୁଖ୍ୟ ଟୁର୍ନାମେଣ୍ଟକୁ ଯୋଗ୍ୟତା ପାଇଛନ୍ତି। ଆଇ-ଲିଗ୍ରୁ ଆଇଜଲ ଏଫସି, ଇଣ୍ଡିଆନ ଆରୋଜ୍, ଗୋକୁଳମ୍ କେରଳ ଓ ମିନର୍ଭା ପଞ୍ଜାବ ଏବଂ ଆଇଏସଏଲରୁ ପୁଣେ ସିଟି, ଦିଲ୍ଲୀ ଡାଇନାମସ, କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ୍ ଏଫସି ଯୋଗ୍ୟତା ପର୍ୟ୍ୟାୟ ଖେଳିବେ।

Related posts

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

Odisha Sports Bureau

ସିନିଅର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଲା ମଣିପୁର

Odisha Sports Bureau

ଭାରତୀୟ ଫୁଟବଲ ଟିମ ବାଲେଶ୍ୱର ଟ୍ରେନ ପୀଢିତଙ୍କୁ ୨୦ ଲକ୍ଷ ଦାନ କଲେ